Latest Odisha News

ପୁଟିନ୍ ହେଲେ ମୋଦୀଙ୍କ ଗ୍ୟାରେଣ୍ଟିର ପ୍ରଶଂସକ

ନୂଆଦିଲ୍ଲୀ: ହିନ୍ଦୀ ହାର୍ଟଲ୍ୟାଣ୍ଡବାସୀ ତଥା ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ଲୋକେ ମୋଦୀ କି ଗ୍ୟାରେଣ୍ଟିର ନାରାକୁ ସମର୍ଥନ କରି ବିଜେପି ପ୍ରତି ସମସ୍ତ ସମର୍ଥନ ବିଧାନସଭା ନିର୍ବାଚନରେ ଅଜାଡି ଦେଇଛନ୍ତି ବୋଲି କୁହାଯାଉଛି। ଆଉ ଏହି ନାରାକୁ ନେଇ ୨୦୨୪ ବେଳକୁ ବିଜେପି ଯିବ ବୋଲି ରୋଡମ୍ଯାପ ପ୍ରସ୍ତୁତ କରୁଥିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟ ଏହି ମୋଦୀ କି ଗ୍ୟାରେଣ୍ଟିର ବଡ଼ ପ୍ରଶଂସକ ପାଲଟିଛନ୍ତି।

ଭାରତର ଜାତୀୟ ସ୍ୱାର୍ଥ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିବଦ୍ଧତାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଶଂସା କରିଛନ୍ତି। “ରୁଷିଆ ଆହ୍ୱାନ” କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରୁଷିଆ ଓ ଭାରତ ମଧ୍ୟରେ ସୁଦୃଢ଼ ଓ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ମୋଦୀଙ୍କ କଠୋର ଆଭିମୁଖ୍ୟ ମୁଖ୍ୟ ଗ୍ୟାରେଣ୍ଟର ବୋଲି ପୁଟିନ୍ କହିଛନ୍ତି।

ଭାରତର ଜାତୀୟ ସ୍ୱାର୍ଥ ସହ ସାଲିସ କରିବାକୁ ମୋଦୀ ନାରାଜ। ତେଣୁ ଭାରତର ସ୍ବାର୍ଥ ବିରୋଧରେ କିଛି ବି କାମ କରିବାକୁ ନିଜେ କିଛି କଳ୍ପନା କରିପାରୁନାହାନ୍ତି ବୋଲି ପୁଟିନ୍ କହିଛନ୍ତି। ସେ ଆହୁରି ମଧ୍ୟ ସ୍ୱୀକାର କରିଛନ୍ତି ଯେ ମୋଦୀ ଅନେକ ଦେଶ ଗୁଡ଼ିକରୁ ସମ୍ମୁଖୀନ ହେଉଥିବା ଚାପକୁ ସ୍ୱୀକାର କରିଛନ୍ତି, କିନ୍ତୁ ଏଭଳି ଆହ୍ୱାନ ସାମ୍ନାରେ ତାଙ୍କର ଦୃଢ଼ ସଙ୍କଳ୍ପକୁ ପ୍ରଶଂସା କରିଛନ୍ତି।

ଏକ ଗୁରୁତ୍ୱପୂର୍ଣ୍ଣ ବୟାନରେ ପୁଟିନ ପ୍ରକାଶ କରିଛନ୍ତି ଯେ ସେ ଏବଂ ମୋଦୀ କେବେ ବାହ୍ୟ ଚାପ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିନାହାନ୍ତି। ମୋଦିଙ୍କ ନେତୃତ୍ୱକୁ ସେ ଦୂରରୁ ଦେଖନ୍ତି ଏବଂ ଭାରତର ସ୍ୱାର୍ଥ ରକ୍ଷା ନେଇ ତାଙ୍କର ଦୃଢ଼ ଆଭିମୁଖ୍ୟକୁ ନେଇ ସେ ଅନେକ ସମୟରେ ‘ଆଶ୍ଚର୍ଯ୍ୟ’ ପ୍ରକାଶ କରନ୍ତି ବୋଲି ସେ ବିସ୍ତୃତ ଭାବେ ସଂପୃକ୍ତ କାର୍ଯ୍ୟକ୍ରମରେ କହିଥିଲେ।

ଭାରତର ସ୍ୱାଧୀନ ବୈଦେଶିକ ନୀତି, ବିଶେଷ କରି ପାଶ୍ଚାତ୍ୟ କଟକଣା ସତ୍ତ୍ୱେ ରିହାତିଯୁକ୍ତ ରୁଷୀୟ ତୈଳ ଆମଦାନୀ ଜାରି ରଖିବା ନିଷ୍ପତ୍ତିକୁ କେତେକ ପାଶ୍ଚାତ୍ୟ ଦେଶ ସମାଲୋଚନା କରିଛନ୍ତି। ତେବେ ମୋଦୀଙ୍କୁ ପୁଟିନଙ୍କ ପ୍ରଶଂସା ଦୁଇ ନେତାଙ୍କ ମଧ୍ୟରେ ଥିବା ମଜବୁତ ସମ୍ପର୍କ ଏବଂ ଋଷିଆ-ଭାରତ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି।

Comments are closed.