Latest Odisha News

BREAKING NEWS

ପେସେଣ୍ଟ ନମ୍ବର ୪୬୬ର ଶେଷ ଇଚ୍ଛା: ମୋତେ ଆଉ ଗୋଟେ ଇଟିଲି ଦିଅ

ବେଙ୍ଗାଳୁରୁ: ମୋତେ ଭାରି ଭୋକ । ମୋତେ ଆଉ ଗୋଟେ ଇଟିଲି ଦିଅ । ମୁଁ ବହୁତ ଭୋକିଲା ଅଛି । ସପ୍ତମ ମହଲାରୁ ଡେଇଁବା ପୂର୍ବରୁ ଏ ଥିଲା କର୍ଣ୍ଣାଟକର ୪୬୬ ନମ୍ବର କରୋନା ପଜିଟିଭଙ୍କ ଶେଷ ଇଚ୍ଛା ।

ସୋମବାର ଜଣେ ୫୦ ବର୍ଷୀୟ କରୋନା ଆକ୍ରାନ୍ତ ବେଙ୍ଗାଳୁରୁର ଭିକ୍ଟୋରିଆ ହସ୍ପିଟାଲର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟା କରିବା ପୂର୍ବରୁ ଆଉ ଗୋଟେ ଇଟିଲି ଖାଇବା ପାଇଁ ଥିଲା ତାଙ୍କର ଶେଷ ଇଚ୍ଛା ।

ସୂଚନା ମୁତାବକ, ଦକ୍ଷିଣ ବେଙ୍ଗାଳୁରୁ ତିଲକନଗର ଅଂଚଳର ଜଣେ ୫୦ ବର୍ଷୀୟ ଅଟୋ ଡ୍ରାଇଭର ୨୪ ଏପ୍ରିଲରେ କରୋନା ପଜିିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କୁ ଭିକ୍ଟୋରିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସୋମବାର ଦିନ ସେ ଜଳଖିଆ ଟାଇମରେ ଆଉ ଏକ ଇଟିଲି ମାଗିଥିଲେ । ତେବେ ଜଳଖିଆ ପରିବେଷଣ କରୁଥିବା ବ୍ୟକ୍ତି ଜଣକ ଇଟିଲି ଆଣିବାକୁ ଯିବାର କିଛି ସମୟ ମଧ୍ୟରେ ରୋଗୀ ଜଣକ ଆଇସିୟୁରୁ ବାହାରି ୭ମ ମହଲାରୁ ଡେଇଁ ପଡିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ କହିବା ମୁତାବକ, ଅଟୋ ଡ୍ରାଇଭର ଏବଂ ୪୫ ବର୍ଷ ବୟସ୍କା ମହିଳା ଯାହାଙ୍କ ମୃତ୍ୟୁ ହୋଇସାରିଥିଲା, ଗୋଟିଏ ଦିନରେ ହିଁ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ଉଭୟ ଗୁରୁତର ଶ୍ୱାସକ୍ରିୟା ସମ୍ବନ୍ଧିୟ ସଂକ୍ରମଣ ଏବଂ ନିମୋନିଆରେ ପୀଡିତ ଥିଲେ । ମହିଳାଙ୍କ ସ୍ୱାସ୍ଥ୍ୟ କ୍ରମାଗତ ଖରାପ ହେଉଥିବା ଦେଖି ଡ୍ରାଇଭର ଜଣକ ଡରି ଯାଇଥିଲେ । ଏହାପରେ ମହିଳା କରୋନା ରୋଗୀଙ୍କ ମୃତ୍ୟୁ ପରେ ଡ୍ରାଇଭର ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.