Latest Odisha News

BREAKING NEWS

ସ୍ପଷ୍ଟୀକରଣ ଦେଲା ଉହାନ ଲ୍ୟାବ: ଏଠାରୁ କରୋନା ଭାଇରସ ବ୍ୟାପି ନାହିଁ

ଉହାନ: ଚୀନର ଉହାନ ସହରରରୁ କରୋନା ଭାଇରସ ସାରା ବିଶ୍ୱକୁ ବ୍ୟାପିଥିଲା । ତେବେ ଶନିବାର ଉହାନର ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (ଡବ୍ଲ୍ୟୁଆଇଭି) ଲ୍ୟାବ ଏ ନେଇ ସ୍ପଷ୍ଟୀକରଣ ଦେଇଛି । ଏଠାରୁ କରୋନା ଭାଇରସ ବ୍ୟାପିନାହିଁ ବୋଲି ଦୃଢ଼ତା ସହକାରେ କୁହାଯାଇଛି । ଅପରପକ୍ଷରେ ଆମେରିକା ସମସ୍ତ ଘଟଣା ଉପରେ ନଜର ରଖିଛି ।

ଭାଇରସ କେଉଁଠାରୁ ଲିକ୍ ହେଲା ସେ ନେଇ ଅନୁସନ୍ଧାନ ଚାଲିଛି । ଏହା କେଉଁଠାରୁ ଲିକ୍ ହୋଇଛି ପ୍ରମାଣିତ ହେଲା ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ଆମେରିକା କହିଛି । ବିଶ୍ୱରେ ଏହି ମହାମାରୀ ଯୋଗୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରି ସାରିଲେଣି । ସାରା ବିଶ୍ୱର ଚାପ ଚୀନ ଉପରେ ପଡିବାରୁ ସେ ନିଜକୁ ଏଥିରୁ ବଂଚାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.