Latest Odisha News

BREAKING NEWS

କୋହଲିଙ୍କ ସହ ବିଶ୍ୱକପ ମ୍ୟାଚ ବେଳେ କଣ କଥା ହୋଇଥିଲ ପ୍ରଶ୍ନରେ ରାଗିଗଲେ ବାବର

କରାଚୀ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଶୋଚନୀୟ ଭାବେ ପାକିସ୍ତାନ ନିକଟରୁ ପରାଜିତ ହୋଇଥିଲା । ସୋମବାର ଏକ ସାକ୍ଷାତକାରରେ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କୁ ପତ୍ରକାର ପଚାରିଥିଲେ, ତୁମେ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ କଣ କଥା ହୋଇଥିଲ ? ଏଥିରେ ବାବର ରାଗିଯିବା ସହ କହିଥିଲେ ଆମ ଭିତରେ କଣ କଥା ହୋଇଥିଲା ତାହା ତୁମକୁ ଜଣାଇବା ଜରୁରୀ ନୁହେଁ ।

ଏହା ସମ୍ପୂର୍ଣ୍ଣ ଭାବେ ଆମର ବ୍ୟକ୍ତିଗତ କଥା ଥିଲା । ସୂଚନାଯୋଗ୍ୟ, ମ୍ୟାଚ ପରେ କୋହଲି ଏବଂ ବାବର କଥା ହେଉଥିବା ଫଟୋ ସୋସିଆଲ ସାଇଟରେ ଭାଇରାଲ ହୋଇଥିଲା । ଏହି ମୁକାବିଲାରେ ଭାରତକୁ ୧୦ ୱିକେଟରେ ପାକିସ୍ତାନ ପରାସ୍ତ କରିଥିଲା ।

Comments are closed.