ତୁମେ ସଙ୍ଗୀତ କ୍ଷେତ୍ରରେ ବହୁତ ଆଗକୁ ଯିବ । ସଙ୍ଗୀତ ପାଇଁ ତୁମେ ଉତ୍ସର୍ଗୀକୃତ । ଏହାକୁ ଜାରି ରଖିିଥିବ । ଏକ ସଙ୍ଗରେ ଗୋଟିଏ ମଞ୍ଚରେ ସଙ୍ଗୀତ ପରିବେଷଣ ବେଳେ କଣ୍ଠଶିଳ୍ପୀ ନାଜିଆ ଆଲମ୍ଙ୍କୁ ଏପରି କିଛି କହିଥିଲେ ଲୋକପ୍ରିୟ ଗାୟକ ମାନ୍ନା ଦେ ।
ସେଦିନ ମାନ୍ନା ଦେଙ୍କ ସେହି କଥା ଆଜି ସତ ହୋଇଛି । ଓଡିଶାର ପ୍ରସିଦ୍ଧ ଗାୟକ ସିକନ୍ଦର ଆଲାମଙ୍କ ଝିଅ ନାଜିଆ ଖୁବ୍ କମ୍ ବୟସରୁ ସଙ୍ଗୀତ କ୍ଷେତ୍ରରେ ନିଜର ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି । ଘରୋଇ ଚ୍ୟାନେଲ ଦ୍ୱାରା ପ୍ରସାରିତ ସାରେଗାମାପା ଫାଇନାଲିଷ୍ଟ ହେବାଠାରୁ ଆରମ୍ଭ କରି ଉସ୍ତାଦ ବିସମିଲ୍ହା ଖାନ୍ ଯୁବ ପ୍ରତିଭା ପୁରସ୍କାର ଜିତିବା ଯାଏଁ ନାଜିଆ ଅନ୍ୟ କଳାକାରଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ନାଜିଆଙ୍କ ସଫଳତା କଥା ତଥା ଆଗକୁ ତାଙ୍କର କଣ କଣ ସବୁ ସ୍ୱପ୍ନ ରହିଛି ସେ ବିଷୟରେ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ଶ୍ୟାମହରି ଚକ୍ର ।
ପ୍ରଥମ ପ୍ରଶ୍ନ ପଚାରିବି ଆପଣଙ୍କ ନାମକୁ ନେଇ । ଘରେ କିଏ ନିଷ୍ପତ୍ତି ନେଇଥିଲେ ଯେ ଆପଣ ନାଁ ନାଜିଆ ରଖାଯିବ ।
ଉ-ଏହି ନାଁକୁ ମୋ ମାଆ ରଖିଥିଲେ । ସେତେବେଳେ ନାଜିଆ ହାସନ ସଙ୍ଗୀତ କ୍ଷେତ୍ରରେ ଚହଳ ପକାଇଥିଲେ । ମାଆ ତାଙ୍କ ନାଁ ଅନୁସାରେ ମୋ ନାଁ ରଖିଥିଲେ ।
ସଙ୍ଗୀତକୁ ନେଇ କ୍ୟାରିୟର କରିବେ ଏହା ଆପଣଙ୍କ ଇଚ୍ଛା ଥିଲା?
ଉ- ହଁ ପିଲାଦିନରୁ ମୋର ସଙ୍ଗୀତ ପ୍ରତି ଏକ ଦୁର୍ବଳତା ଥିଲା । ତେଣୁ ମୁଁ ସେଇ ଦିଗରେ ଗଲି ।
ଆପଣ ପଢାପଢିରେ ଖୁବ ଭଲ ଥିଲେ । କଣ୍ଠଶିଳ୍ପୀ ହୋଇ ଏକ ସଂଘର୍ଷପୂର୍ଣ୍ଣ ତଥା ଚ୍ୟାଲେଜିଂ କାମ କରିବା ଅପେକ୍ଷା ଭଲ କ୍ୟାରିଅର କରିବାକୁ କାହିଁକି ଇଚ୍ଛା କଲେନି ।
ଉ-ହଁ ମୁଁ ସିଭିଲ ସର୍ଭିସେସ୍ ପାଇଁ ନିଜକୁ ପ୍ରସ୍ତୁତ କରିବା ସହ ସଙ୍ଗୀତ ଶିକ୍ଷା ଜାରି ରଖିଥିଲି । କିନ୍ତୁ ମୋ ବାପା ମାଆ ମତେ କଣ୍ଠଶିଳ୍ପୀ ହେବାକୁ ପ୍ରୋତ୍ସାହିତ କରୁଥିଲେ । କିନ୍ତୁ ମୋର ଜଣେ ପ୍ରଫେସରଙ୍କ ଗୋଟିଏ କଥା ମୋ ଲକ୍ଷ୍ୟ ବଦଳାଇ ଦେଇଥିଲା । ସେ କହିଥିଲେ, ତୁମେ ଯଦି କେଉଁ ଜିଲ୍ଲାରେ ଜିଲ୍ଲାପାଳ ହେବ ତେବେ ଓଡିଶାରେ ସଙ୍ଗୀତ କରିବ କିଏ । ତାଙ୍କର ଏହି କଥା ମତେ ବାରମ୍ବାର ଭାବିବାକୁ ବାଧ୍ୟ କରିଥିଲା ଯେ, ମୋ ବାପା ମାଆ ବି ମତେ ନେଇ ଏହି ସ୍ୱପ୍ନ ଦେଖିଥିଲେ ।
ସଙ୍ଗୀତରେ କ୍ୟାରିଅର ଗଢିବାକୁ ଯାଇ ଅନେକ ସଂଘର୍ଷ କରିଥିବା କାରଣରୁ ଅନେକ ବିଶିଷ୍ଟ ସଙ୍ଗୀତଜ୍ଞ ଚାହାଁନ୍ତିନି କି ତାଙ୍କ ପିଲାମାନେ୍ ସଙ୍ଗୀତକୁ କ୍ୟାରିୟର ଭାବରେ ଗ୍ରହଣ କରନ୍ତୁ । ଆପଣଙ୍କ କ୍ଷେତ୍ରରେ କଣ ଘଟିଥିଲା ।
ଉ- ମୋର ବାପାମାଆ ସବୁବେଳେ ମୋତେ କଳାକାର ହେବାକୁ ଉତ୍ସାହିତ କରିଥିଲେ । ଓଡିଶାରେ ସଙ୍ଗୀତ କ୍ଷେତ୍ରରେ କ୍ୟାରିଅର ଏକ ଚ୍ୟାଲେଞ୍ଜିଂ ହୋଇଥାଏ । କିନ୍ତୁ ମୋ ପାଖରେ ମୋ ବାପା ମାଆଙ୍କ ଆଶୀର୍ବାଦ ଥିଲା ଯାହା ଫଳରେ ମୁଁ ଏକ ସଙ୍ଗୀତଜ୍ଞ ପରିବାରରେ ଜନ୍ମଗ୍ରହଣ କରିଥିଲି । ଏହାକୁ ଆଗକୁ ନେବାର ଦାୟିତ୍ୱ ବି ମୋ ଉପରେ ଥିଲା । ତେଣୁ ଦ୍ୱିତୀୟ କଥା ଭାବିବାର ନ ଥିଲା ।
ସାରେଗାମାପାର ଫାଇନାଲିଷ୍ଟ ହେବାର ଅଭିଜ୍ଞତା କିପରି ଥିଲା ? ସେତେବେଳେ କେଉଁମାନେ ଜଜ୍ ଥିଲେ?
ଉ-୧୯୯୭ ରୁ ୨୦୦୧ ମଧ୍ୟରେ ମୁଁ ଦୁଇଟି ଜାତୀୟ ସ୍ତରୀୟ ସଂଗୀତ ପ୍ରତିଯୋଗିତାରେ ‘ସାରେଗାମାପା’ ଏବଂ ‘ମେରୀ ଆୱାଜ୍ ସୁନୋ’ ପାଇଁ ମନୋନୀତ ହୋଇଥିଲି । । ଆଜିକାଲି ଭଳି ସେତେବେଳେ ଏତେ ରିଅଲିଟି ସୋ ନ ଥିଲା । ତେଣୁ ସେହି ପ୍ଲାଟଫର୍ମରେ ପହଞ୍ଚିବା ଏକ ବଡ଼ କଥା ଥିଲା ।
ଏହି ସୋ ଗୁଡିକ ସୋନୁ ନିଗମ ଏବଂ ଅନୁ କପୁରଙ୍କ ଦ୍ୱାରା ହୋଷ୍ଟ ଥିଲେ । ଏହି ଉଭୟ ସୋ ରେ ପ୍ରତ୍ୟେକ ରାଜ୍ୟରୁ ଜଣେ ଲେଖାଏଁ ସର୍ଟଲିଷ୍ଟ କରାଯାଇଥିଲା । ଏଥିରେ ଫାଇନାଲ ପାଇଁ ମୋତେ ମୁମ୍ବାଇକୁ ଡକାଯାଇଥିଲା । ସେଠାରେ ମୁଁ ଲୋକପ୍ରିୟ ତଥା ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଶଙ୍କର ମହାଦେବନ, ଅନୁ ମଲ୍ଲିକ, ଅଲକା ୟାଗନି, ରାଜୁ ସିଂ, ଫରହା ଖାନଙ୍କ ପରି ବ୍ୟକ୍ତିତ୍ୱଙ୍କୁ ଭେଟିବାର ସୁଯୋଗ ପାଇଥିଲି ।
ଜଣେ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଭାବରେ ଆମେ ଆପଣଙ୍କୁ ଓଡିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ପାଉନାହୁଁ । ଏହା ପଛରେ କିଛି ନିର୍ଦ୍ଦିଷ୍ଟ କାରଣ ରହିଛି କି ?
ଉ-୨୦୦୨ରେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କଠାରୁ ମୁଁ ଓଡିଆ ଚଳଚ୍ଚିତ୍ର ‘ଆଇ ଲଭ୍ ୟୁ’ ପାଇଁ ମୋର ପ୍ରଥମ ଅଫର ପାଇଥିଲି। କିନ୍ତୁ ମୁଁ ସେତେବେଳେ ବାପାଙ୍କ ସହ ଆମେରିକା ଯିବାର ଥିବାରୁ ମୁଁ ତାହା କରି ପାରିଲି ନାହିଁ ଯେହେତୁ ଶାସ୍ତ୍ରୀୟ ସଂଗୀତ ସର୍ବଦା ମୋର ପ୍ରଥମ ପ୍ରେମ ହୋଇ ଆସୁଥିଲା ଏବଂ ମୁଁ ଶାସ୍ତ୍ରୀୟ ଧାରା ପାଇଁ ସ୍ୱୀକୃତି ଲାଭ କରିଛି, ତେଣୁ ମୁଁ ଏହାର ଗଭୀରତାକୁ ଉପଭୋଗ କରି ଚାଲିଥିଲି । ତେଣୁ ମୋର ଧ୍ୟାନ ଓଡ଼ିଶୀ ସଙ୍ଗୀତକୁ ଆଡକୁ ରହିଥିଲା । ଯେହେତୁ ମୁଁ ସମସ୍ତ ପ୍ରକାରର ଗୀତ ଗାଇଥାଏ, ତେଣୁ ମୁଁ ଓଡିଆ ଚଳଚ୍ଚିତ୍ର ପାଇଁ ଗୀତ ଗାଇବାକୁ ମଧ୍ୟ ଇଛୁକ ଏବଂ ମୁଁ ମଧ୍ୟ ଏହାକୁ ଅପେକ୍ଷା କରିଛି ।
ସୁଯୋଗ ନ ମିଳିଲେ ଲୋକେ ବାହାରକୁ ଯାଇ କ୍ୟାରିଅର ଗଢିଥାନ୍ତି । ଆପଣ ଏମିତି କେବେ ପ୍ଲାନ କରିନାହାନ୍ତି ।
ଉ-ହଁ, ମୋର ବି ଏଇ ଇଚ୍ଚା ଥିଲା ଆଉ ସେଥିପାଇଁ ବାହାରେ ବି ମୁଁ ସଙ୍ଗୀତ ଶିକ୍ଷା କରିଛି । କୋଲକାତାର ସଙ୍ଗୀତ ରିସର୍ଚ୍ଚ ଏକାଡେମୀରେ ଉସ୍ତାଦ ମସ୍କୁଲ ଅଲ୍ଲୀ ଖାନଙ୍କଠାରୁ ମୁଁ ୬ ବର୍ଷ ହିନ୍ଦୁସ୍ତାନୀ ସଙ୍ଗୀତ ଶିକ୍ଷା କରିଛି । ସବୁବେଳେ ମୋର ଲକ୍ଷ୍ୟ ରହିଥିଲା ମୋ ସଙ୍ଗୀତ ମାଧ୍ୟମରେ ମୁଁ ଓଡିଶାର ନାଁ କୁ ଉଚ୍ଚା କରିବି । ମୁଁ ଯାହା ଆଶା ରଖିଥିଲି ତାହା କରିଛି ମଧ୍ୟ ।
ଓଡିଶାର ସଂସ୍କୃତି ପ୍ରତି ଆପଣଙ୍କ ବାପାଙ୍କର ବହୁ ଅବଦାନ ରହିଛି । ଆପଣ ଭାବୁଛନ୍ତି କି ଏଥି ପାଇଁ ଓଡିଶାରୁ ତାଙ୍କୁ ଯେତିକି ସ୍ୱୀକୃତି ମିଳିବା କଥା ମିଳିଛି ?
ଉ-ହଁ
Comments are closed.