Latest Odisha News

BREAKING NEWS

ହେଲିକପ୍ଟର ଦୁର୍ଘଟଣା: ଓଡ଼ିଶାର ବୀରପୁତ୍ର ରାଣା ପ୍ରତାପଙ୍କ ସମେତ ୬ ଯବାନଙ୍କ ମୃତଦେହ ଚିହ୍ନଟ

ନୂଆଦିଲ୍ଲୀ: ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଆଉ ୬ ଯବାନଙ୍କ ମୃତଦେହ ଚିହ୍ନଟ ହୋଇଛି । ସେମାନଙ୍କ ଭିତରେ ଅଛନ୍ତ ଓଡ଼ିଶାର ବୀରପୁତ୍ର ଔଡଙ ରାଣା ପ୍ରତାପ ଦାସ । ଅନ୍ୟମାନେ ହେଲେ ଓ୍ୱିଙ୍ଗ କମାଣ୍ଡର ପି. ଏସ୍. ଚୌହ୍ୱାନ୍, ହାବିଲଦାର ପ୍ରଦୀପ ଏ, ଲାନ୍ସ ନାଏକ ବି. ସାଇ ତେଜା, ସ୍କ୍ୱାଡନ୍ ଲିଡର କୁଳଦୀପ ସିଂହ, ଲାନ୍ସ ନାଏକ ବିବେକ କୁମାର । ଆଜି ଏମାନଙ୍କର ପାର୍ଥିବ ଶରୀରକୁ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତର କରାଯିବ ।

ହେଲିକପ୍ଟର ଦୁର୍ଘଟଣା ପରେ ଏମାନଙ୍କ ଶରୀର ଖଣ୍ଡବିଖଣ୍ଡିତ ହେବା ସହ ଜଳି ଯାଇଥିଲା । ମୃତଦେହକୁ ଚିହ୍ନଟ କରାଯାଇ ପାରି ନଥିଲା । ପରିବାର ଲୋକଙ୍କ ସହାୟତାରେ ବିଭିନ୍ନ ପରୀକ୍ଷା ପରେ ଚିହ୍ନଟ ହୋଇଛି ମୃତଦେହ । ଏମାନଙ୍କୁ ଆଜି ଦିଲ୍ଲୀରେ ଶ୍ରଦ୍ଧାଞ୍ଜଳି ଦିଆଯିବ ।

ବାକି ୪ ଜଣଙ୍କର ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ସେମାନେ ହେଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂହ, ନାଏକ ଗୁରୁସେବକ ସିଂହ, ନାଏକ ଜିତେନ୍ଦ୍ର କୁମାର ଓ ହାବିଦାଲ ସତପାଲ । ଗତକାଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ ଓ ବ୍ରିଗେଡିୟର ଏଲ୍. ଏସ୍. ଲିଡେରଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

Leave A Reply

Your email address will not be published.