Latest Odisha News

BREAKING NEWS

ଆଜି ଜନ୍ମମାଟିରେ ପହଞ୍ଚିବ ଓଡ଼ିଆ ଯବାନ ରାଣା ପ୍ରତାପଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର ଆଜି ଜନ୍ମମାଟିରେ ପହଞ୍ଚିବ । ତାଙ୍କର ମର ଶରୀରକୁ ଚିହ୍ନଟ କରାଯାଇଛି । ଦିଲ୍ଲୀରେ ଶ୍ରଦ୍ଧାଞ୍ଜଳି ପରେ ବାୟୁସେନା ପକ୍ଷରୁ ପାର୍ଥିବ ଶରୀରକୁ ଭୁବନେଶ୍ୱର ପଠାଯିବ । ଏଠାରୁ ନିଆଯିବ ଜନ୍ମମାଟି ଅନୁଗୋଳ ଜିଲ୍ଲାର ତାଳଚେର ।

ଜନ୍ମମାଟି ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁରେ ଅନ୍ତିମ ବିଦାୟ ନେବେ ବୀର ପୁତ୍ର ରାଣା ପ୍ରତାପ ଦାସ । ଶେଷକୃତ୍ୟ ପାଇଁ ଗାଁରେ ସମସ୍ତ ବ୍ୟବସ୍ଥା କରାଯାଇଛି । ସାହାସୀ ପୁଅକୁ ଅନାଇ ବସିଛି ପୁରା ଗାଁ । ପରିବାର ଲୋକଙ୍କ ଆଖିରୁ ଲୁହର ଧାର ଶୁଖୁନି । ଗତାକାଲି ତାଙ୍କ ପତ୍ନୀ ଓ ପୁଅ ଆସି ଘରେ ପହଞ୍ଚିଛନ୍ତି । ବୃଦ୍ଧ ବାପା ମାଆ ପୁଅକୁ ଝୁରି ହେଉଛନ୍ତି । ବାୟୁସେନାରେ ଜୁନିୟର ଓ୍ୱାରେଣ୍ଟ ଅଫିସର ଥିଲେ ରାଣା ପ୍ରତାପ ଦାସ ।

Leave A Reply

Your email address will not be published.