Latest Odisha News

ଚୀନର ସ୍ପାଏ ବେଲୁନକୁ ନଷ୍ଟ କଲା ଭାରତ; ୫୫ ହଜାର ଫୁଟ ଉପରେ ଉଡୁଥିଲା

ନୂଆଦିଲ୍ଲୀ: ଚୀନର ସ୍ପାଏ ବେଲୁନକୁ ନଷ୍ଟ କରିଛି ଭାରତ । ଭାରତୀୟ ଏୟାରଫୋର୍ସ ଇଷ୍ଟର୍ଣ୍ଣ ଫ୍ରଣ୍ଟ ନିକଟରେ ପ୍ରାୟ ୫୫ହଜାର ଉଚ୍ଚ ଆକାଶରେ ଏକ ବେଲୁନ ଉଡୁଥିବା ଦେଖି ତୁରନ୍ତ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଣ୍ଡମାନ ନିକୋବର ଦ୍ବୀପପୁଞ୍ଜ ନିକଟରେ ଏହା ଉଡୁଥିବା ଅବସ୍ଥାରେ ନଷ୍ଟ କରାଯାଇଛି । ବିଶେଷ କିଛି ବିଶାଳ ଅଞ୍ଚଳ ଉପରେ ନଜର ରଖିବାକୁ ଗୁଇନ୍ଦା ବେଲୁନର ବ୍ୟବହାର କରାଯାଇଥାଏ । ୫୫ ହଜାର ଫୁଟରୁ ଅଧିକ ଉଚ୍ଚତାରେ ଉଡୁଥିବା ଏହି ବେଳୁନକୁ ଭାରତୀୟ ବାୟୁସେନା ମିସାଇଲ ସାହାଯ୍ୟରେ ନଷ୍ଟ କରିଛି।

ଆମେରିକାରେ ଏଭଳି କିଛି ବେଲୁନ ଉଡୁଥିବା ଦେଖିବାକୁ ମିଳିଥିଲା। ପରେ ଏହାକୁ ନଷ୍ଟ କରିଥିଲେ ଆମେରିକା ସେନା। ଆମେରିକା ବାୟୁସେନା ଏଫ -୨୨ ଫାଇଟର ଜେଟ ବ୍ୟବହାର କରି  ଏହାକୁ ନଷ୍ଟ କରିଥିଲା।

Leave A Reply

Your email address will not be published.