Latest Odisha News

ସ୍ୱାମୀଙ୍କ ବିୟୋଗରେ ଜୀବନ ହାରିଲେ ସ୍ତ୍ରୀ: କହିଦେଇ ଗଲେ ତାଙ୍କ ଜୁଇରେ ହିଁ….

ନୂଆଦିଲ୍ଲୀ: ଏ କି ପ୍ରେମ ? ପରସ୍ପରଠାରୁ ୨୫୦ କିଲୋମିଟର ଦୂରରେ ରହି ଏକାସହ ଆତ୍ମହତ୍ୟା କଲେ ସାମରିକ ଦମ୍ପତି। ସ୍ୱାମୀ ଭାରତୀୟ ବାୟୁସେନାରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଥିବାବେଳେ ପତ୍ନୀ ସେନାରେ ଜଣେ କ୍ୟାପଟେନ୍ ଥିଲେ। ଅକ୍ଟୋବର ୧୪ ତାରିଖ ରାତିରେ ଆଗ୍ରାର ବାୟୁସେନା ଷ୍ଟେସନରେ ଥିବା ତାଙ୍କ ସରକାରୀ ବାସଭବନରେ ଫ୍ୟାନରୁ ଫାଶୀ ଲଗାଇ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଦିନଦୟାଲ ଆତ୍ମହତ୍ୟା କରିଛନ୍ତି। ଅକ୍ଟୋବର ୧୫ ତାରିଖ ସକାଳେ ଦିନଦୟାଲଙ୍କ ମୃତଦେହ ମିଳିଥିଲା। ସେହିପରି ଦିନଦୟାଲଙ୍କ ପତ୍ନୀ କ୍ୟାପଟେନ ରେନୁ ତନୱାର ଦିଲ୍ଲୀରେ ଆତ୍ମହତ୍ୟା କରିଛନ୍ତି। ରେନୁଙ୍କ ମୃତଦେହ ଦିଲ୍ଲୀ କ୍ୟାଣ୍ଟର ଅଧିକାରୀଙ୍କ ମେସରୁ ଉଦ୍ଧାର କରାଯାଇଥିଲା।

କ୍ୟାପଟେନ ରେନୁ ତନୱାନଙ୍କ ମୃତଦେହ ନିକଟରେ ପୋଲିସ ଏକ ସୁସାଇଟ୍ ନୋଟ ମଧ୍ୟ ଜବତ କରିଛି। ଯେଉଁଥିରେ ସେ ଲେଖିଛନ୍ତି ଯେ ତାଙ୍କ ଇଚ୍ଛା ତାଙ୍କ ସ୍ୱାମୀଙ୍କ ସହ ମର ଶରୀର ଦାହ କରାଯାଉ। ପୋଲିସ ଦିନଦୟାଲଙ୍କ କୋଠରୀରୁ କୌଣସି ସୁସାଇଡ ନୋଟ୍ ପାଇ ନାହିଁ। ବୁଧବାର କ୍ୟାପଟେନ ରେନୁ ତନୱାନଙ୍କ ମୃତଦେହକୁ ଆଗ୍ରା ଏୟାର ଷ୍ଟେସନକୁ ପଠାଯାଇଛି। ପରିବାର ସଦସ୍ୟଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ବର୍ଷ ପୂର୍ବେ ଦୁହିଁଙ୍କର ପ୍ରେମ ବିବାହ ହୋଇଥିଲା।

ଆଗ୍ରା, ଖେରିଆ ବାୟୁସେନା ଷ୍ଟେସନରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଦିନଦୟାଲ ଦୀପ୍‌ଙ୍କ ପୋଷ୍ଟିଂ ଥିଲା। ତାଙ୍କ ପତ୍ନୀ କ୍ୟାପଟେନ ରେନୁ ତନୱାରଙ୍କୁ ମଧ୍ୟ ସମାନ ସାମରିକ ଡାକ୍ତରଖାନାରେ ପୋଷ୍ଟିଂ କରାଯାଇଥିଲା। ରେନୁ ଅସୁସ୍ଥ ମା’ଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ଆସିଥିଲେ, ଯେଉଁଠାରେ ମଙ୍ଗଳବାର ସକାଳେ ତାଙ୍କ ମୃତଦେହ ମିଳିଥିଲା। ଦିଲ୍ଲୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କ୍ୟାପଟେନ ତନୱାର ତାଙ୍କ ଭାଇ ସୁମିତ ଏବଂ ମାତା କୌଶଲ୍ୟାଙ୍କ ସହ ଅକ୍ଟୋବର ୧୪ ତାରିଖ ଦିନ ରାତି ୮ଟାରେ ଗେଷ୍ଟ ହାଉସରେ ପହଞ୍ଚିଥିଲେ। ଅକ୍ଟୋବର ୧୫ ତାରିଖରେ ତାଙ୍କ ମୃତଦେହ ଅଧିକାରୀଙ୍କ ମେସ୍‌ରୁ ମିଳିଥିଲା। ସେ ରାଜସ୍ଥାନର ବାସିନ୍ଦା ଥିଲେ। ଯେତେବେଳେ ସେ ଆତ୍ମହତ୍ୟା କରିଥିଲେ, ତାଙ୍କ ମାଆ ଏବଂ ଭାଇ AIIMS ରେ ଥିଲେ ବୋଲି ଅଧିକାରୀ କହିଛନ୍ତି। ପରେ ତାଙ୍କ ସ୍ୱାମୀଙ୍କ ଆତ୍ମହତ୍ୟା ବିଷୟରେ ଜାଣିବାକୁ ପାଇଥିଲେ ଅଧିକାରୀ।

ମଙ୍ଗଳବାର (ଅକ୍ଟୋବର ୧୫) ସକାଳେ ଆଗ୍ରାସ୍ଥିତ ବାୟୁସେନା କମ୍ପ୍ଲେକ୍ସ ବାସଭବନରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଦିନ ଦୟାଲଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଦିନ୍ ଦୟାଲ ବିହାରର ବାସିନ୍ଦା ଥିଲେ। ଆଗ୍ରା ଡିସିପି କହିଛନ୍ତି ଯେ କର୍ମଚାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ୧୪ ଅକ୍ଟୋବର ରାତିରେ ଦିନ୍ ଦୟାଲ ତାଙ୍କ ସହକର୍ମୀଙ୍କ ସହ ଥଟ୍ଟାମଜା କରିବା ସହ ରାତ୍ରୀ ଭୋଜନ କରିଥିଲେ। ଏହାପରେ ସେ ସମସ୍ତଙ୍କୁ ଶୁଭ ରାତ୍ରିରେ ନିବେଦନ ମଧ୍ୟ କରିଥିଲେ। କୌଣସି ଅସୁବିଧା କିମ୍ବା ଚିନ୍ତା ପ୍ରକଟ ମଧ୍ୟ କରିନଥିଲେ ଏବଂ ସେ ନିଜ କ୍ୱାର୍ଟରକୁ ଫେରିଯାଇଥିଲେ। କିନ୍ତୁ ପରଦିନ ସକାଳେ ଦିନଦୟାଲ ଦୀର୍ଘ ସମୟ ଯାଏ ନୀଦରୁ ଉଠି ନଥିଲେ। ଫଳରେ କର୍ମଚାରୀମାନେ କବାଟ ଭାଙ୍ଗି ଦେଖିବା ବେଳକୁ ତାଙ୍କୁ ମୃତ ଅବସ୍ଥାରେ ପାଇଥିଲେ।

Leave A Reply

Your email address will not be published.