Latest Odisha News

BREAKING NEWS

ଦେଶରେ ୨୮ ଏର୍ମଜେନ୍ସି ଲ୍ୟାଣ୍ଡିଂ ଷ୍ଟ୍ରିପ୍ସ ହାଇୱେ ଚିହ୍ନଟ କଲା ଆଇଏଏଫ

ନୂଆଦିଲ୍ଲୀ: ଦେଶରେ ୨୮ଟି ଏର୍ମଜେନ୍ସି ଲ୍ୟାଣ୍ଡିଂ ଷ୍ଟ୍ରିପ୍ସ ହାଇୱେକୁ ଆଜି ବିଧିବଦ୍ଧ ଭାବେ ଭାରତୀୟ ଏୟାର ଫୋର୍ସ ଚିହ୍ନଟ କରିଛି । ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି । ଆସାମରେ ସର୍ବାଧିକ ୫ଟି ଲ୍ୟାଣ୍ଡିଂ ଷ୍ଟ୍ରିପ ରହିଛି । ସେହିପରି ପଶ୍ଚିମବଙ୍ଗରେ ୪ଟି, ଆନ୍ଧ୍ରପ୍ରଦେଶରେ ୩ଟି, ଗୁଜରାଟରେ ୩ଟି, ରାଜସ୍ଥାନରେ ୩ଟି, ବିହାର, ହରିୟାଣା, ଜମ୍ମୁକଶ୍ମୀର, ତାମିଲନାଡୁରେ ୨ଟି ଲେଖାଁଏ ଏବଂ ପଞ୍ଜାବ ଓ ଉତରପ୍ରଦେଶରେ ଗୋଟିଏ ଲେଖାଁଏ ରହିଛି ।

ରାଜ୍ୟସଭାରେ ଏହି ସମ୍ପର୍କୀତ ଏକ ପ୍ରଶ୍ନର ଉତର ଦେଇ କେନ୍ଦ୍ରୀୟ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକାରୀ ଉପରୋକ୍ତ ତଥ୍ୟ ରଖିଥିଲେ । ସେହିପରି ରାଜମାର୍ଗ ପ୍ରସ୍ତୁତ କରିବା ସମୟରେ ଯେତିକି ଗଛ କଟାଯାଉଛି ତାଠାରୁ ଅଧିକ ଲଗାଇବା ପାଇଁ ପୂର୍ବରୁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ ।

Leave A Reply

Your email address will not be published.