Latest Odisha News

BREAKING NEWS

ଜେଏସଡବ୍ଲୁ ପକ୍ଷରୁ ଢ଼ିଙ୍କିଆରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର , ୫୫୦ରୁ ଉର୍ଦ୍ଧ ଲୋକ ଚକ୍ଷୁ ପରୀକ୍ଷା କଲେ

ପାରାଦୀପ  : ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ଢ଼ିଙ୍କିଆ ପଞ୍ଚାୟତରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର କରାଯାଇଛି ।ପାରାଦୀପ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେ ଏସ ଡ ବ୍ଲୁ ପ୍ରକଳ୍ପ ପ୍ରସ୍ତାବିତ ଅଞ୍ଚଳରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି। ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ଭୂମିକା ଚକ୍ଷୁ ଚିକିତ୍ସାଳୟ ଓ ଭିଜନ ସ୍ପ୍ରିଙ୍ଗ ସ୍ବୋଛାସେବୀ ଅନୁଷ୍ଠାନ ଆନୁକୁଲ୍ୟରେ ଏହି ଶିବିର କରାଯାଉଛି।

ଢ଼ିଙ୍କିଆ ପଞ୍ଚାୟତର ପାଟଣା ପ୍ରାଥମିକ ବିଦ୍ୟାଳୟ ଓ ପ୍ରଥମେ ସ୍ଥାନୀୟ ଢ଼ିଙ୍କିଆ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ତିନି ଦିନ ଧରି ଏଠାରେ ଶିବିର ଅନୁଷ୍ଠିତ ହୋଇଥିଲା ବେଳେ ଆଜି ଏହି ପଞ୍ଚାୟତର ମାହାଳ ଓ ଗୋବିନ୍ଦପୁର ଗାଁ ରେ ଅନୁଷ୍ଠିତ ହୋଇଛି। । ବିଶେଷ କରି ସ୍ଥାନୀୟ ଅଞ୍ଚଳର ବୟସ୍କ ତଥା ବୃଦ୍ଧ ବୃଦ୍ଧା ମାନେ ଏହି ଶିବିରକୁ ଆସି ପ୍ରଥମେ ଆଧାର କାର୍ଡ ମାଧ୍ୟମରେ ନାମ ପଞ୍ଜିକରଣ କରିଥିଲେ।ପରେ ସେମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା।

ଆଖିରେ ଥିବା ସମସ୍ୟା ସମ୍ପର୍କରେ ପରୀକ୍ଷା କରାଯିବା ପରେ ଏହି ଅନୁଷ୍ଠାନ ପକ୍ଷରୁ ମାଗଣା ଚଷମା ପ୍ରଦାନ କରାଯାଇଛି। ଯେଉଁ ମାନଙ୍କର ଅଧିକ ଚକ୍ଷୁ ଚିକିତ୍ସା ହେବାର ଆବଶ୍ୟକତା ରହିଛି ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଛି। ତେବେ ବିଶେଷ କରି ଏହା ରିଫ୍ରାକଟିଭ ଜଳର ତଥା ପ୍ରେସବାୟୋପିଆ ବା ଚାଳିଶିଆ ହୋଇଥିବାର ଦେଖାଯାଇଛି। ପ୍ରାୟ ଅଶି ପ୍ରତିଶତ ଲୋକ ଏହି ସମସ୍ୟା ଥିବାର ଜଣାପଡ଼ିଛି। ଗତ ତିନି ଦିନ ମଧ୍ୟରେ ପାଟଣା ପ୍ରାଥମିକ ବିଦ୍ୟାଳୟ ଶିବିର ଓ ଢ଼ିଙ୍କିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ଅଙ୍ଗନବାଡ଼ି କେନ୍ଦ୍ରରେ ୫୫୦ ରୁ ଉର୍ଦ୍ଧ ଲୋକ ସେମାନଙ୍କ ଚକ୍ଷୁ ପରୀକ୍ଷା କରିଛନ୍ତି।

ଏହି ଶିବିର ଆଗାମୀ ଦିନରେ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ।ଏହି ଶିବିର ଏପ୍ରିଲ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥି ସହିତ ଆଗାମୀ ଦିନରେ ପାରାଦୀପ ପୈରାଞ୍ଚଳର ଷଣ୍ଢକୁଦ ବସ୍ତି ଓ ନେହେରୁ ବଙ୍ଗଳା ଅଞ୍ଚଳରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।ଏହି ଶିବିରକୁ ଆସି ମାଗଣା ଚକ୍ଷୁ ପରୀକ୍ଷା କରିବା ସହିତ ଚଷମା ପାଇଥିବାରୁ ଢ଼ିଙ୍କିଆ ଗାଁର ବିଭୁ ରଞ୍ଜନ ଦାସ, ପ୍ରଶାନ୍ତ ରାଉତ,ଲିଜାରାଣୀ ବର୍ଦ୍ଧନ, ଅରକ୍ଷିତ ଗୋଛୟତ, ପିତାମ୍ବର ଗୋଛୟତ ପ୍ରମୁଖ ଖୁସି ପ୍ରକାଶ କରିଛନ୍ତି। ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ଏହି ଜନ ହିତକାରୀ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.