Latest Odisha News

BREAKING NEWS

ଓଡ଼ିଶା ଆକାଶରେ ଏୟାର ସୋ

ଭୁବନେଶ୍ୱର :  ରାଜଧାନୀ ଉପକଣ୍ଠରେ ଥିବା କୂଆଖାଇ ନଦୀପଠାରେ ‘ସୂର୍ଯ୍ଯକିରଣ’ ଏୟାର ସୋ’ର ଅଭ୍ୟାସ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଏହି ସୋ’ ପ୍ରଦର୍ଶିତ ହେବ। ବାୟୁସେନାର ୧୧ ହକ ବିମାନ ଏହି ସୋରେ ସାମିଲ ହୋଇଛନ୍ତି।  ଆଜି ପରୀକ୍ଷାମୂଳକ ଭାବେ ନୀଳ ଆକାଶର ଛାତି ଚିରି ରାଜଧାନୀର ଆକାଶରେ ଉଡ଼ିଛି ବାୟୁସେନାର ଏହି ବିମାନ ।ଆଜି ରାଜଧାନୀବାସୀ ଦେଖିଲେ ବାୟୁସେନାର ପରାକାଷ୍ଠା ।

ସୋ ପୂର୍ବରୁ ଆଜି ଭୁବନେଶ୍ବର କୁଆଖାଇ ପଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ବାୟୁସେନା  ଅଧିକାରୀ । କେଉଁ ସ୍ଥାନରେ ବାୟୁସେନା  ସୋ ଦେଖାଇବ, କେତେ ଦୂରତାରେ ବିମାନ ଉଡିବ ତାହାର ମ୍ୟାପିଂ କରିଛି ସୁର୍ଯ୍ୟକିରଣ ଟିମ । ୧୮ ରୁ ୨୦ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟକିରଣ ସୋ ଦେଖାଇବ ବାୟୁସେନା । ମାଟିରୁ ୫୦୦ ରୁ ୧୦୦ ଫୁଟ ଉଚ୍ଚରେ ଉଡି ସୋ ଦେଖାଇବ ବାୟୁସେନାର ହକ ବିମାନ ।

ସୋର ପ୍ରଥମ ପର୍ଯ୍ୟାୟରେ ୯ ଟି ବିମାନ ଏକା ସାଙ୍ଗରେ ଉଡିବ । ଦ୍ବିତୀୟ ପର୍ଯୟରେ ଦୁଇଟି ଲେଖାଏଁ ବିମାନ ୧୬୦୦ କିମି ପ୍ରତି ଘଣ୍ଟା ବେଗରେ ୨୦୦ ରୁ ୩୦୦ ଫୁଟ ଉଚ୍ଚରେ ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିବେ। ଗୁରୁବାର ରିହର୍ସଲ ବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।ଆସନ୍ତାକାଲି ଦିନ ୧୦ଟା ବେଳେ ହେବାକୁ ଥିବା ସୂର୍ଯ୍ୟ କିରଣ ସୋ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି ।  ଦିନ ୧୦ ଟା ରୁ ୧୧ ଟା ସମୟ ଭିତରେ ସୂର୍ଯ୍ୟକିରଣ ସୋ ପ୍ରଦର୍ଶନ କରିବ ଏୟାରଫୋର୍ସ । ଲୋକଙ୍କ ଭିଡକୁ ଦେଖି ବ୍ୟାରିକେଡ଼ ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରିଛି କମିଶନରେଟ ପୋଲିସ ।

Leave A Reply

Your email address will not be published.