Latest Odisha News

BREAKING NEWS

ସପ୍ତାହକ ମଧ୍ୟରେ ୫ ଉଲକାପିଣ୍ଡ ପୃଥିବୀର ନିକଟତର ହେବେ: ନାସା

ନୂଆଦିଲ୍ଲୀ: ଆମ ସୌରଜଗତରେ ପୃଥିବୀ ନିକଟରେ ହଜାର ହଜାର ଉଲକାପିଣ୍ଡ ଘୁରି ବୁଲୁଛନ୍ତି । କାହାର ଆକାର ଛୋଟ ପଥରଠାରୁ ଆରମ୍ଭ କରି ଚନ୍ଦ୍ର ପର୍ଯ୍ୟନ୍ତ ରହିଛି । ନାସା ରିପୋର୍ଟ ଅନୁସାରେ ୧୮ ସେପ୍ଟମ୍ବରରେ ଷ୍ଟାଚ୍ୟୁ ଅଫ ୟୁନିଟଠାରୁ ବଡ ଉଲକାପିଣ୍ଡ ପୃଥିବୀର ଅତି ନିକଟତର ହେବାକୁ ଯାଉଛି । ଏହା ବ୍ୟତୀତ ଆଉ ୪ ଉଲକାପିଣ୍ଡ ମଧ୍ୟ ପୃଥିବୀର ନିକଟତର ହୋଇଛନ୍ତି । ୨୦୦୫ ଆରଏକ୍ସ୩ ନାମକ ଏହି ଉଲକାପିଣ୍ଡ ୬୨,୮୨୦ କିଲୋମିଟର ପ୍ରତି ଘଂଟା ବେଗରେ ପୃଥିବୀ ନିକଟ ଦେଇ ଗତି କରିବ । ୧୮ ସେପ୍ଟମ୍ବରକୁ ଏହା ପୃଥିବୀରୁ ୪୭ ଲକ୍ଷ କିଲୋମିଟର ନିକଟକୁ ଆସିଯିବ । ନାସାର ଜେଟ ପ୍ରୋପଲଜନ ଲ୍ୟାବରଟୋରୀ ଏହା ଉପରେ ନଜର ରଖିଛି ।

୧୭ ବର୍ଷ ପୂର୍ବେ ଏହା ଶେଷଥର ପୃଥିବୀର ନିକଟତର ହୋଇଥିଲା । ଏହା ପରେ ୨୦୩୬ରେ ପୁନର୍ବାର ପୃଥିବୀ ନିକଟକୁ ଆସିବ । ସେହିପରି ୨୦୨୨ କ୍ୟୁଏଫକୁ ଅଗଷ୍ଟରେ ବୈଜ୍ଞାନିକମାନେ ଖୋଜି ବାହାର କରିଥିଲେ । ୧୧ ସେପ୍ଟମ୍ବରରେ ଏହା ୩୦, ୩୮୩ କିଲୋମିଟର ବେଗରେ ପୃଥିବୀର ୭୩ ଲକ୍ଷ କିଲୋମିଟର ପାଖକୁ ଆସି ଯାଇଥିଲା । ୨୦୦୮ ଆରଡବ୍ଲ୍ୟୁ ଉଲକାପିଣ୍ଡର ଆକାର କୁତବ ମୀନାର ସହ ସମାନ ହେବ । ୧୨ସେପ୍ଟେମ୍ବରରେ ପୃଥିବୀର ପାଖକୁ ଆସିଥିଲା । ୩୬, ୭୫୬ କିଲୋମିଟର ପ୍ରତି ଘଂଟା ବେଗରେ ଏହା ୬୭ ଲକ୍ଷ କିଲୋମିଟର ଦୂରତା ପର୍ଯ୍ୟନ୍ତ ଆସି ଯାଇଥିଲା । ସେହିପରି ୨୦୨୨ କ୍ୟୁଡି୧ ଓ ୨୦୨୨ କ୍ୟୁବି୩୭ ପୃଥିବୀର ପାଖ ଦେଇ ପଳାଇ ଯାଇଛି ।

Leave A Reply

Your email address will not be published.