Latest Odisha News

BREAKING NEWS

ଏଲଏସିରେ ଭାରତର ଏକା ସଙ୍ଗରେ ୧୦ ଆକାଶ ମିସାଇଲ ପରୀକ୍ଷା ସଫଳ

ନୂଆଦିଲ୍ଲୀ: ଲାଇନ ଅଫ ଆକଚୁଆଲ କଂଟ୍ରୋଲ (ଏଲଏସି)ରେ ଭାରତ ଏକାସଙ୍ଗରେ ୧୦ ଆକାଶ ମିସାଇଲ ପରୀକ୍ଷା କରି ସଫଳ ହୋଇଛି । ଚୀନ ସହ ଉତେଜନାପୂର୍ଣ୍ଣ ପରିସ୍ଥିତିରେ ଭାରତର ଏହି ସଫଳତା ଏୟାରଫୋର୍ସର ସମ୍ମାନ ବଢ଼ାଇଛି । ଶତ୍ରୁ ଦେଶର ଡମି ବିମାନକୁ ଅଳ୍ପ ସମୟରେ ମଧ୍ୟରେ ଆକାଶ ମିସାଇଲ ଖସାଇବାରେ ସଫଳ ହୋଇଥିଲା । ଏହି ଅବସରରେ ଇଗଲାର ମଧ୍ୟ ସଫଳ ପରୀକ୍ଷଣ କରାଯାଇଥିଲା ।

ଆକାଶକୁ ଡିଆରଡିଓ ସହାୟତାରେ ଭାରତ ଡାୟୋନୋମିକ୍ସ ଲିମିଟେଡ ଓ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଏହାକୁ ପ୍ରସ୍ତୁତ କରିଛନ୍ତି । ଏହି ମିସାଇଲକୁ ଏଲଏସିରେ ନିୟୋଜିତ କରାଯାଇଛି । ଏହା ଶତ୍ରୁୂ ଦେଶର ଯେ କୌଣସି ବିମାନକୁ ଖସାଇବା ଦକ୍ଷତା ରଖିଛି । ଡିଆରଡିଓ ଏବେ ଆକାଶ ପ୍ରାଇମ ମିସାଇଲ ସିଷ୍ଟମ ଉପରେ କାମ ଆରମ୍ଭ କରିଦେଇଛି ।

Leave A Reply

Your email address will not be published.