Latest Odisha News

BREAKING NEWS

ଭାରତୀୟ ବାୟୁସେନାର ଟ୍ରେନି ବିମାନ କ୍ରାସ, ପୋଖରୀରେ ପଡ଼ି…

ପ୍ରୟାଗରାଜ: ପ୍ରୟାଗରାଜରେ ଭାରତୀୟ ବାୟୁସେନାର ଏକ ବିମାନ ପୋଖରୀରେ ଖସିପଡ଼ି ଦୁର୍ଘଟଣାଗସ୍ତ ହୋଇଛି। ଏହା ଏକ ଟ୍ରେନି ବିମାନ ବୋଲି ଜଣାପଡ଼ିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏଥିରେ କେତେ ଲୋକ ଥିଲେ ସେନେଇ ସଠିକ୍ ସଂଖ୍ୟା ସ୍ପଷ୍ଟ ହୋଇନାହିଁ। ପ୍ରତ୍ୟକ୍ଷଦର୍ଶୀମାନେ ଏକ ଜୋରଦାର ବିସ୍ଫୋରଣ ହୋଇଥିବା ସୂଚନା ଦେଇଛନ୍ତି। ପରେ ଉପସ୍ଥିତ ଲୋକମାନେ ପୋଲିସ ଏବଂ ଉଦ୍ଧାରକାରୀ ଟିମକୁ ସୂଚନା ଦେଇଥିଲେ।

ବୁଧବାର ଅପରାହ୍ନରେ କେପି କଲେଜ ପଛରେ ଏହି ଦୁର୍ଘଟଣା ଘଟିଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବିମାନଟି ଆକାଶରେ ତିନି ଥର ପାଖାପାଖି ଦୋହଲି ଏକ ପୋଖରୀରେ ଖସିପଡ଼ିଥିଲା। ସେଥିରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସମସ୍ତ ତିନି ଜଣ ୟୁନିଫର୍ମ ପିନ୍ଧିଥିଲେ।

 

 

Comments are closed.