Latest Odisha News

BREAKING NEWS

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଆବେଦନ ମାମଲା; ହାଇକୋର୍ଟରେ ଶୁଣାଣି ଶେଷ

କଟକ: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ମାମଲାର ଶୁଣାଣି ଶେଷ । ବିଷ୍ଣୁପଦଙ୍କ ଆଗୁଆ ଜାମିନ ଆବେଦନ ମାମଲାରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି । ଶୁକ୍ରବାର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ । ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରଖିଲେ ହାଇକୋର୍ଟ ।

ତେବେ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବିଷ୍ଣୁପଦ ‌ସେଠୀଙ୍କ ଆବେଦନର ଆଜି ଚୂଡାନ୍ତ ଶୁଣାଣି ହୋଇଥିଲା । ସିବିଆଇ ତରଫରୁ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରାଯାଇଥିଲା । ସିବିଆଇ ତରଫରୁ ସହଅଭିଯୁକ୍ତ ଦେବଦତ୍ତ ମହାପାତ୍ରଙ୍କ ଦ୍ବାରା ନିର୍ଦ୍ଦିଷ୍ଟ ମୋବାଇଲ ଫୋନ୍ ବ୍ୟବହାର ସଂପର୍କିତ ତଥ୍ୟ ଉପସ୍ଥାପନ କରାଯାଇଥିଲା ।

ଆବେଦନକାରୀଙ୍କ ତରଫରୁ ମଧ୍ୟ ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଏହାପରେ ହାଇକୋର୍ଟ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଏଥି ସହିତ ଶ୍ରୀ ସେଠୀଙ୍କୁ ପୂର୍ବରୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରି ଦିଆଯାଇଥିବା ନିର୍ଦ୍ଦେଶ ମାମଲାର ରାୟ ପ୍ରକାଶ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ କହିଛନ୍ତି ହାଇକୋର୍ଟ ।

Comments are closed.