Latest Odisha News

ଆର ପାରିରେ ଅବସରପ୍ରାପ୍ତ ଆଇଏଏସ ଅଫିସର ସୁଦୀପ ନନ୍ଦ

ନୂଆଦିଲ୍ଲୀ: ଆର ପାରିରେ ଡାକ୍ତର ସୁଦୀପ ନନ୍ଦ । ପୁରୀ ବାସିନ୍ଧା ସ୍ଵର୍ଗତ ପ୍ରଫେସର ଏସ.କେ ନନ୍ଦ ଏବଂ ସ୍ଵର୍ଗତ ଶ୍ରୀମତି ତିଳୋତ୍ତମା ନନ୍ଦଙ୍କ ପୁତ୍ର ହେଉଛନ୍ତି ଡାକ୍ତର ସୁଦୀପ ନନ୍ଦ । ଗତକାଲି ଆମେରିକାରେ ହୃଦଘାତର ଶିକାର ହୋଇ ସେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଗୁଜୁରାଟ କ୍ୟାଡର ୧୯୭୮ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ହେଉଛନ୍ତି ଡା. ସୁଦୀପ ନନ୍ଦ ।

ସେ ଗୁଜୁରାଟର ଡାଙ୍ଗ, ବରୋଦା, ପଞ୍ଚମହଲ, ବନାସଙ୍କଠା, ଜୁନାଗଡ ଜିଲ୍ଲାରେ ଆସିଷ୍ଟାଣ୍ଟ କଲେକ୍ଟର ଏବଂ କଲେକ୍ଟର ଭାବରେ କାର୍ଯ୍ୟ କରିଛନ୍ତି । ତାଙ୍କ ଜୀବନକାଳ ଭିତରେ ୧୯୮୪ ମସିହାର ଜଳ ଅଭାବ, ୧୯୮୫-୮୭ର ମରୁଡ଼ି ପରିସ୍ଥିତି, ଜିଲ୍ଲାରେ ବିପର୍ଯ୍ୟୟ କାର୍ଯ୍ୟ ଏବଂ ସ୍ୱାସ୍ଥ୍ୟ, ଜଳ ଆଇନ, ପରିବେଶ ଏବଂ ବୃକ୍ଷରୋପଣ ସମ୍ବନ୍ଧୀୟ ଅନେକ କାର୍ଯ୍ୟକ୍ରମ ସୁଚାରୁରୁପେ ପରିଚାଳନା କରିଛନ୍ତି । ୧୯୮୩-୮୪ ପର୍ଯ୍ୟନ୍ତ ଓଡିଶାର ପର୍ଯ୍ୟଟନ ବିଭାଗରେ ସେ ଦାୟିତ୍ଵ ଗ୍ରହଣ କରିଥିଲେ । ଏହାପରେ ୧୯୯୦-୯୨ ପର୍ଯ୍ୟନ୍ତ ସୂଚନା ଏବଂ ଲୋକସମ୍ପର୍କ ବିଭାଗରେ ଦାୟିତ୍ଵ ତୁଲାଇଥିଲେ । ବର୍ତ୍ତମାନ ସେ ଗୁଜୁରାଟ ଷ୍ଟେଟ ଫର୍ଟିଲାଇଜର କର୍ପୋରେସନ୍ ଲିମିଟେଡରେ ସିଏମଡି ଭାବରେ କାର୍ଯ୍ୟରତ ଥିଲେ ।

Comments are closed.