Latest Odisha News

BREAKING NEWS

କୁକୁର ବୁଲାଇବା ପାଇଁ ଷ୍ଟାଡିୟମ ଖାଲି କରିଥିବା ଆଇଏଏସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ:ଆଇଏଏସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର । ଆଇଏଏସ ଅଫିସର ଜଣକ ଷ୍ଟାଡିଅମ ଖାଲି କରି ନିଜର କୁକୁରଙ୍କୁ ବୁଲାଉଥିଲେ । ଏହି ସୌକିକ ଅଫିସର ଜଣକ ହେଲେ ରିଙ୍କୁ ଡୁଗ୍ଗୁ । ୧୯୯୪ ବ୍ୟାଚର ଅଫସର । ତାଙ୍କୁ ଫଣ୍ଡାମେଣ୍ଟାଲ ରୁଲ୍ସ ୫୬(ଜେ) ଅନୁଯାୟୀ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସାଧାରଣ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜଣେ ଅଫିସରଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇ ପାରିବେ । ଇଣ୍ଡିଆନ ଏକ୍ସପ୍ରେସ ତଥ୍ୟ ଅନୁଯାୟୀ, ଆଇଏଏସ ଅଫିସର ଡୁଗ୍ଗୁ  ଏବଂ ତାଙ୍କ ସ୍ୱାମୀ ସଞ୍ଜୀବ ଖିରୱାର ଯିଏ କି ୧୯୯୪ ବ୍ୟାଚର ଜଣେ ଆଇଏଏସ ଅଫିସର, ଉଭୟେ ଦିଲ୍ଲୀର ଥ୍ୟାଗରାଜ ଷ୍ଟାଡିୟମରେ ଚାଲିଥିବା ଟ୍ରେନିଂକୁ ଜବରଦସ୍ତ ସମୟ ପୂର୍ବରୁ ସାରି ଦେଇଥିଲେ । ଏହାପରେ ନିଜ କୁକୁରକୁ ନେଇ ସେଠାରେ ସାନ୍ଧ୍ୟ ଭ୍ରମଣ କରିବାକୁ ଆସିଥିଲେ ।

ଏହି ଘଟଣା ସେତେବେଳେ ଭାଇରାଲ ହୋଇଥିଲା  । ଆଥଲେଟ ଏବଂ ସାଧାରଣ ଜନତା ଏହି ଘଟଣାକୁ ଭାଇରାଲ କରି ଦେଇଥିଲେ । ଏହା ପରେ ଉଭୟେ ଆଇଏଏସ ଦମ୍ପତିଙ୍କୁ ଗତବର୍ଷ ଦିଲ୍ଲୀରୁ ବଦଳି କରାଯାଇଥିଲା ।

ଏହା ପରେ ଡୁଗ୍ଗୁଙ୍କୁ ଅରୁଣାଚଳ ପ୍ରଦେଶ ବଦଳି କରାଯାଇଥିବାବେଳେ ତାଙ୍କ ସ୍ୱାମୀଙ୍କୁ ଦିଲ୍ଲୀରୁ ଲଦାଖ ବଦଳି କରାଯାଇଥିଲା ।

ଏହି ଆଇଏଏସ ଦମ୍ପତ୍ତି ଷ୍ଟାଡିୟମ ସୁବିଧାର ଦୁରୂପଯୋଗ କରିଥିବା ନେଇ ଦିଲ୍ଲୀ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦିଲ୍ଲୀ ଚିଫ ସେକ୍ରେଟେରୀଙ୍କଠାରୁ ଚିଠି ପାଇବା ପରେ ତାଙ୍କ ବିରୁଦ୍ଧରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

 

 

Comments are closed.