Latest Odisha News

BREAKING NEWS

ନିଦ ହଜାଇଲାଣି କରୋନା, ଆଇଏଏସ୍‌ଙ୍କୁ ଜିଲ୍ଲା ଦାୟିତ୍ବ

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ସଂକ୍ରମଣ ବଢୁଥିବାରୁ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ସରକାର । ରାଜ୍ୟରେ କରୋନାର ସ୍ଥିତିକୁ ଦେଖି ୧୪ ଜିଲ୍ଲା ପାଇଁ ୨୧ ଜଣ ୨୧ ଜଣ ଆଇଏଏସଙ୍କୁ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର ।

BjdElectrycity

ମହାମାରୀକୁ ନଜରରେ ରଖି ବିଭିନ୍ନ ଜିଲ୍ଲା ଓ ସହର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ୧୪ ଜିଲ୍ଲା ଓ ସହର ପାଇଁ ଆଇଏଏସଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ଅନୁ ଗର୍ଗ ଓ ତିରୁମାଲା ନାୟକଙ୍କୁ ଭୁବନେଶ୍ବର ଦାୟିତ୍ୱ ଦିଆଯାଇଥିବା ବେଳେ, ମଧୁସୂଦନ ପାଢ଼ୀଙ୍କୁ ବାଲେଶ୍ବର ଓ ଭଦ୍ରକ ଦାୟିତ୍ୱ ଦିଆଯାଇଛି । ସେହିପରି ସତ୍ୟବ୍ରତ ସାହୁ ଓ ବେଣୁଧର ବେହେରାଙ୍କୁ ବଲାଙ୍ଗିର, ବରଗଡ଼ ଓ ନୂଆପଡ଼ା ଦାୟିତ୍ବ ଦିଆଯାଇଥିବା ବେଳେ, ନିକୁଞ୍ଜ ବିହାରୀ ଧଳଙ୍କୁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଦାୟିତ୍ବ ଦିଆଯାଇଛି । ସୁରେନ୍ଦ୍ର କୁମାର, ଶ୍ରୀକାନ୍ତ ପୃଷ୍ଟିଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଦାୟିତ୍ବ ଦିଆଯାଇଥିବା ବେଳେ, ଜି. ମାଥିଭାଥନନଙ୍କୁ ଗଞ୍ଜାମ ଓ ଗଜପତି ଦାୟିତ୍ବ ଦିଆଯାଇଛି ।

ସେହିପରି ହେମନ୍ତ ଶର୍ମା ଓ ସୁରେଶ ଚନ୍ଦ୍ର ଦଳାଇଙ୍କୁ ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରପଡ଼ା ଦାୟିତ୍ବ ଦିଆଯାଇଥିବା ବେଳେ, ବିଷ୍ଣୁପଦ ସେଠୀ ଓ ଗୋପବନ୍ଧୁ ଶତପଥୀଙ୍କୁ ଅନୁଗୁଳ, ଦେବଗଡ଼ ଓ ଢ଼େଙ୍କାନାଳ ଦାୟିତ୍ବ ଦିଆଯାଇଛି । ଚିତ୍ରା ଅରୁମୁଗମଙ୍କୁ ସମ୍ବଲପୁର ଓ ସୋନପୁର ଦାୟିତ୍ବ ଦିଆଯାଇଥିବା ବେଳେ, ଶାସ୍ବତ ମିଶ୍ର ଓ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଦାୟିତ୍ବ ଦିଆଯାଇଛି । ଭି.ଭି ଯାଦବଙ୍କ ଓ ରସିଦ ଖାନଙ୍କୁ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଦାୟିତ୍ବ ଦିଆଯାଇଥିବା ବେଳେ, ତେମଜେନଓ୍ବାପଙ୍ଗଙ୍କୁ ଗଜପତି, ଅନୀଲ କୁମାର ସାମଲଙ୍କୁ କଟକ ସହର, କଟକ ଗ୍ରାମାଞ୍ଚଳ, ନୟାଗଡ଼, ପୁରୀ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳ ଦାୟିତ୍ବ ଦିଆଯାଇଛି । ସେହିପରି ସୁଶାନ୍ତ ମହାପାତ୍ରଙ୍କୁ ମଧ୍ୟ କଟକ ସହର ଓ କଟକ ଗ୍ରାମାଞ୍ଚଳ ଦାୟିତ୍ବ ଦିଆଯାଇଛି ।

Leave A Reply

Your email address will not be published.