Latest Odisha News

BREAKING NEWS

ଆଇଏଏସ୍ ସ୍ତରରେ ଅଦଳବଦଳ; ରାଜକୁମାର ଶର୍ମା ହେଲେ କୃଷି ଉତ୍ପାଦନ କମିଶନର

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ କ୍ୟାଡର ସ୍ତରରେ ସୋମବାର ଦିନ ଓଡିଶା ସରକାରଙ୍କ ପକ୍ଷରୁ ସାମାନ୍ୟ ଅଦଳବଦଳ କରାଯାଇଛି।

ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗର ବିଜ୍ଞପ୍ତି ଅନୁଯାୟୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଇସ୍ପାତ ଏବଂ ଖଣି ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର (ଏପିସି) ଭାବରେ ନିଯୁକ୍ତ କରାଯାଇଛି।

ମୁଖ୍ୟ ଶାସନ ସଚିବ, ଶ୍ରମ ଏବଂ ଇଏସଆଇ ଅନୁ ଗର୍ଗ ଙ୍କୁ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହାଛଡା ସେ ଶିଶୁ ବିକାଶ ଓ ମିଶନ ଶକ୍ତିର ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ଇସ୍ପାତ ଏବଂ ଖଣି ବିଭାଗର ମୁଖ୍ୟ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିବେ ସୁରେନ୍ଦ୍ର କୁମାର । ଏଥିସହିତ ସେ କଟକ ବିକାଶ ପ୍ରାଧିକରଣ (ସିଡିଏ) ର ଚେୟାରମ୍ୟାନ୍ ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୁଖ୍ୟ ସଚିବ, ଚିତ୍ରା ଅରୁମୁଗମ୍ ଙ୍କୁ ଶ୍ରମ ଏବଂ ଇଏସଆଇର ମୁଖ୍ୟ ସଚିବ ଭାବେ ନିଯୁକ୍ତ କରାଯାଇଛି।

ଏହା ବ୍ୟତୀତ ଏମଏସଏମଇ, ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

Leave A Reply

Your email address will not be published.