Latest Odisha News

ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ୨ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତା ମାସରେ ବାହାରିବ ଯୁକ୍ତ ୨ ରେଜଲ୍ଟ । ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଘୋଷଣା କରିଛନ୍ତି । ଆସନ୍ତା ମାସ ବା ଅଗଷ୍ଟ ମାସ ୩ୟ ସପ୍ତାହରେ +୨ ରେଜଲ୍ଟ ବାହାରିବା ନେଇ ଘୋଷଣା କରାଯାଇଛି । ଅଗଷ୍ଟ ତୃତୀୟ ସପ୍ତାହରେ ପ୍ରଥମେ ଯୁକ୍ତ୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇବ । ଏହାପରେ  ଅଗଷ୍ଟ ମାସର  ଶେଷ ସପ୍ତାହରେ ଯୁକ୍ତ୨ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି ।

ଆଜି  ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ପ୍ରେସ୍‌ମିଟରେ ମାଟ୍ରିକ ପରୀକ୍ଷା ରେଜଲ୍ଟ ନେଇ ଘୋଷଣା କରାଯାଇଛି । ଆସନ୍ତା ୨୯ରେ ମାଟ୍ରିକ ରେଜଲ୍ଟ ନେଇ ଘୋଷଣା କରାଯାଇଛି । ଏହାପରେ ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ ନେଇ ଘୋଷଣା କରାଯାଇଛି । ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ଯୁକ୍ତ୨ରେଜଲ୍ଟ ପ୍ରକାଶ ପାଇବ । ତେବେ କେଉଁ ତାରିଖରେ ବାହାରିବ ତାହା ଘୋଷଣା କରାଯାଇନାହିଁ ।

 

Leave A Reply

Your email address will not be published.