Latest Odisha News

BREAKING NEWS

ପୁତ୍ର ସନ୍ତାନର ମାଆ ହେଲା ଆଇଏଏସ୍ ଟିନା ଡାବି: ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ଆଇଏଏସ୍ ଅଧିକାରୀ ଟିନା ଡାବିଙ୍କ ଘରକୁ ଆସିଲା କୁନି ଅତିଥି  । ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି  । ପୁରା ଘରେ ଏବେ ଖୁସିର ମାହୋଲ  । ଟିନା ଜୟପୁରର ଏକ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି  । ପରିବାରରେ ଏକ ନୂଆ ଅତିଥିଙ୍କ ଆଗମନ ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି  । ୨୦୨୨ ଜୁଲାଇ ମାସରେ ଟିନା ରାଜସ୍ଥାନ ଜୈସସଲମୈରର କଲେକ୍ଟର ଭାବେ ନିଯୁକ୍ତି ପାଇଥିଲେ  ।

ଜୁଲାଇ ୫ରୁ ଟିନା ଡାବି ମ୍ୟାଟରନିଟି ଲିଭରେ ଥିବାରୁ ତାଙ୍କ ସ୍ଥାନରେ ୨୦୧୩ ବ୍ୟାଚର ଆଇଏଏସ୍ ଆଶିଷ ଗୁପ୍ତାଙ୍କ ଦାୟିତ୍ୱ ଦିଆଯାଇଥିଲା । ଗତକାଲି ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି  । ଗତ ବର୍ଷ ଏପ୍ରିଲ ମାସରେ  ସେ ୨୦୧୩ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ  ପ୍ରଦୀପ ରାଓ୍ବାଣ୍ଡେଙ୍କୁ ବିବାହ କରିଥିଲେ  । ପ୍ରଦୀପ ମହାରାଷ୍ଟ୍ର ଲାଟୁର ଜିଲ୍ଲାର ବାସୀନ୍ଦା । ସେ ୨୦୧୩ ବ୍ୟାଚ୍ ଆଇଏଏସ ଅଧିକାରୀ  ।

Leave A Reply

Your email address will not be published.