Latest Odisha News

BREAKING NEWS

ଭାରତର ଏପରି ମନ୍ଦିର ଯେଉଁଠିକି ମହିଳା ମାନଙ୍କୁ ଯିବା ନିଷେଧ, ଜାଣନ୍ତୁ କେଉଁଠି ଅଛି ଏହି ମନ୍ଦିର

ରାଇପୁର: ଭାରତରେ ଏପରି ଅନେକ ମନ୍ଦିର ଅଛି, ଯାହାର ଅନେକ ରହସ୍ୟ ରହିଛି। ଏହି ରହସ୍ୟର କାରଣ ଆଜି ଯାଏ ମଧ୍ୟ ଜଣାପଡି ନାହିଁ। ରହସ୍ୟ ଯୋଗୁଁ ଏହି ମନ୍ଦିରଗୁଡ଼ିକ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। କେତେକ ମନ୍ଦିର ସେମାନଙ୍କର ଅନନ୍ୟ ସ୍ଥାପତ୍ୟ ପାଇଁ ଜଣାଶୁଣା ହୋଇଥିବାବେଳେ ଘଟୁଥିବା ଆଶ୍ଚର୍ଯ୍ୟକର ଘଟଣା ଯୋଗୁଁ ଅନ୍ୟକେତେକ ମନ୍ଦିର ସାରା ବିଶ୍ୱରେ ଲୋକପ୍ରିୟ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ଅତ୍ୟନ୍ତ ସ୍ୱତନ୍ତ୍ର। ଯାହା କି ବର୍ଷକୁ ମାତ୍ର ୫ ଘଣ୍ଟା ପାଇଁ ହିଁ ଖୋଲିଥାଏ | ଏହି ଅନନ୍ୟ ମନ୍ଦିର ଛତିଶଗଡ଼ରେ ଅବସ୍ଥିତ | ଏହି ମନ୍ଦିରର ନାମ ନିରଈ ମାତା ମନ୍ଦିର |

ନିରଈ ମାତା ମନ୍ଦିର ଉପରେ କୋଟି କୋଟି ଲୋକଙ୍କର ବିଶ୍ୱାସ ରହିଛି ଏବଂ ଏଠାକୁ ବହୁ ସଂଖ୍ୟାରେ ଭକ୍ତ ଆସି ମାଆଙ୍କୁ ଦର୍ଶନ କରିଥାନ୍ତି | ବିଶ୍ୱାସ କରାଯାଏ ଯେ ଏହି ମନ୍ଦିରକୁ ଆସି ମାଙ୍କୁ ପୂଜା କଲେ ସବୁ ଇଚ୍ଛା ପୂରଣ ହୁଏ | ଏହି ମନ୍ଦିରରେ ଅନେକ ନିୟମ ରହିଛି ଏବଂ ଏହି ନିୟମଗୁଡିକ ଅନୁଯାୟୀ ମାଙ୍କୁ ନଡ଼ିଆ ଏବଂ ଦୀପ ହିଁ ଅର୍ପଣ କରାଯାଇପାରିବ | ଏହି ମନ୍ଦିରକୁ କେବଳ ଚୈତ୍ର ନବରାତ୍ରିରେ ଖୋଲାଯାଇଥାଏ | ଏହି ମନ୍ଦିର ଦିନରେ ୫ଘଣ୍ଟା ପାଇଁ ହିଁ ଖୋଲାଯାଏ | ସକାଳ ୪ଟାରେ ଖୋଲା ଯାଇଥାଏ ଏବଂ ସକାଳ ୯ଟାରେ ଏହାକୁ ବନ୍ଦ କରି ଦିଆଯାଏ | ତାପରେ ପୁଣି ଏକ ବର୍ଷ ପରେ ଏହାକୁ ଖୋଲାଯାଏ

ବର୍ଷକୁ ମାତ୍ର ଗୋଟିଏ ଦିନ ଏହି ମନ୍ଦିରକୁ ଖୋଲାଯିବା ପଛରେ ଏକ କାରଣ ଅଛି ବୋଲି କୁହାଯାଏ | ମନ୍ଦିରର ପୂଜାରୀଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ଚୈତ୍ର ନବରାତ୍ର ସମୟରେ ହିଁ ମା ନିଜ ଜ୍ୟୋତିକୁ ପ୍ରଜ୍ଵଳିତ କରିଥାନ୍ତି | ଏହି ଜ୍ୟୋତି ବର୍ଷକୁ ମାତ୍ର ଥରେ ଜଳିଥାଏ ଏବଂ ତାପରେ ନିଜେ ନିଜେ ଶାନ୍ତ ହୋଇଯାଏ | ଭକ୍ତମାନେ ଏହି ମନ୍ଦିରକୁ ଆସି ଜ୍ୟୋତି ଦର୍ଶନ କରିଥାନ୍ତି | ଗ୍ରାମବାସୀମାନେ କୁହନ୍ତି ଯେ ଏହି ଜ୍ୟୋତିକୁ ନିରଈ ଦେବୀ ହିଁ ଜାଳିଥାନ୍ତି | ଏହି ଜ୍ୟୋତି ବିନା ତେଲରେ ୯ ଦିନ ପର୍ଯ୍ୟନ୍ତ ଜଳିଥାଏ | ଯେଉଁ ଲୋକମାନେ ଏହି ଜ୍ୟୋତିର ଦର୍ଶନ କରିନିଅନ୍ତି, ସେମାନଙ୍କର ସବୁ ଇଚ୍ଛାକୁ ମା ପୁରା କରନ୍ତି |

ନିରଈ ମାତା ମନ୍ଦିରରେ ମହିଳାଙ୍କୁ ପ୍ରବେଶ କରିବାର ଅନୁମତି ନାହିଁ ଏବଂ ସେମାନଙ୍କ ଦ୍ୱାରା ପୂଜାପାଠ ମଧ୍ୟ କରାଯାଏ ନାହିଁ | ଏପରି ପରିସ୍ଥିତିରେ କେବଳ ପୁରୁଷମାନେ ହିଁ ପୂଜା କରିଥାନ୍ତି | କେବଳ ଏତିକି ନୁହେଁ, ମନ୍ଦିରରେ ଯେଉଁ ପ୍ରସାଦ ଦିଆଯାଏ, ତାହାକୁ ମହିଳାଙ୍କୁ ଦେବା ବର୍ଜିତ ବୋଲି କୁହାଯାଏ | ବିଶ୍ୱାସ କରାଯାଏ ଯେ ଯଦି କୌଣସି କମହିଳା ମନ୍ଦିରର ପ୍ରସାଦକୁ ଖାଏ, ତେବେ ତାର ଜୀବନର ଖରାପ ସମୟ ଆରମ୍ଭ ହୋଇଯାଏ ଏବଂ ତା ସହିତ ସବୁବେଳେ ବିପଦ ଲାଗିରୁହେ | ଯେଉଁ କାରଣରୁ ଏହି ମନ୍ଦିରର ପ୍ରସାଦକୁ ମହିଳାମାନେ ଖାଇବା ତ ଦୂରର କଥା ଏହାକୁ ଛୁଇଁନଥାନ୍ତି |

 

 

 

Leave A Reply

Your email address will not be published.