Latest Odisha News

BREAKING NEWS

ଅଭିନେତାରୁ ପ୍ରଡ୍ୟୁସର ହେଲେ ବିଦ୍ୟୁତ ଜାମୱାଲ, ପ୍ରଥମ ଫିଲ୍ମର ନାମ ଆଇବି-୭୧

ମୁମ୍ବାଇ: ଆକ୍ସନ ଷ୍ଟାର ବିଦ୍ୟୁତ ଜାମୱାଲ ଅଭିନେତାରୁ ପ୍ରଡ୍ୟୁସର ହୋଇଛନ୍ତି । ସେ ନିଜର ପ୍ରଡକ୍ସନ ହାଉସ ଆକ୍ସନ ହୀରୋ ଫିଲ୍ମ ବ୍ୟାନର ତଳେ ଆଇବି-୭୧ ନାମକ ଫିଲ୍ମର ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଟିସିରିଜ ଓ ରିଲାୟନ୍ସ ଏଂଟରଟେନମେଂଟ ତାଙ୍କ ପାର୍ଟନର ରହିଛନ୍ତି । ଏହି ଥ୍ରୀଲର ଫିଲ୍ମକୁ ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଗାଜିର ନିର୍ଦ୍ଦେଶକ ସଙ୍କଳ୍ପ ରେଡ୍ଡୀ ନିର୍ଦ୍ଦେଶନା ଦେବେ ।

ବିଦ୍ୟୁତ ଏଥିରେ ଗୋଇନ୍ଦା ଅଫିସର ଭୂମିକା ତୁଲାଇବେ । ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ । କିପରି ମହାନ ଗୋଇନ୍ଦା ଅଧିକାରୀମାନେ ପାକିସ୍ତାନକୁ ନାକେଦମ କରିଥିଲେ ତାହା ଏଥିରେ ଦର୍ଶାଯିବ । ଆଦିତ୍ୟ ଶାସ୍ତ୍ରୀ ଏହାର କାହାଣୀ ଲେଖିଥିବା ବେଳେ ଷ୍ଟୋରୀହାଉସ ଫିଲ୍ମସ ଏଲଏଲପି ସ୍କ୍ରିନପ୍ଲେ ପ୍ରସ୍ତୁତ କରିବେ । ୨୦୨୧ ଶେଷ ଭାଗରେ ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ବିଦ୍ୟୁତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.