Latest Odisha News

BREAKING NEWS

ଗୁଣିଗାରେଡିରେ ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ

ବଲାଙ୍ଗିର: ବିଜ୍ଞାନ ଯୁଗରେ ଅନ୍ଧ ବିଶ୍ୱାସ ଅନ୍ଧାରି ଗଳିରୁ ବାହାରି ପାରୁନି ମଣିଷ ସମାଜ । ଗୁନିଗାରେଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ । ଏଭଳି ଘଟଣା ସାମନାକୁ ଆସିଛି ବଲାଙ୍ଗିର ଜିଲ୍ଲାରୁ । ମୃତକ ହେଲେ ୬୫ବର୍ଷୀୟ ନିତ୍ୟା ଭୋଇ । ତାଙ୍କ ଘର ସଇଁନ୍ତଳା ବ୍ଳକ ଭନ୍ଦ୍ରା ପଞ୍ଚାୟତ ଅନ୍ତର୍ଗତ ବରାହମାଲ ଗାଁରେ ।

ଗୁଣିଗାରେଡି ସନ୍ଦେହରେ ନିତ୍ୟଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘର ପଛପଟରେ ଥିବା ଏକ ଲେମ୍ବୁ ଗଛରୁ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରହିଛି ।

ଅଭିଯୋଗ ହୋଇଛି, ଗୁଣି ଗାରେଡି ସନ୍ଦେହରେ ଗତକାଲି ନିତ୍ୟା ଭାଇଙ୍କ ସମେତ ପରିବାର ଲୋକଙ୍କୁ ଗାଁର କିଛି ଲୋକ ମାଡ଼ ମାରିଥିଲେ । ବିଳମ୍ବିତ ରାତିରେ ନିତ୍ୟା ଘରେ ନଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ । ସକାଳୁ ପରିବାର ବାଡ଼ିପଟରେ ଥିବା ଲେମ୍ବୁ ଗଛରେ ଝୁଲନ୍ତା ମୃତ୍ୟୁ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସଇଁତଳା ଥାନା ପୋଲିସ ।

Leave A Reply

Your email address will not be published.