Latest Odisha News

BREAKING NEWS

ଧର୍ମୀୟ ଭାବନାକୁ କ୍ଷୁର୍ଣ୍ଣ କରିବା ପରି ଖବର ପ୍ରସାରଣ କରିପାରିବେ ନାହିଁ ଗଣମାଧ୍ୟମ: ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ଚର୍ଚ୍ଚା, ଡିବେଟ ଓ ରିପୋର୍ଟିଂ ସମୟରେ ପୋଗ୍ରାମ କୋଡ଼ର କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଆଇ ଆଣ୍ଡ ବି) ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅମିତ ଖେର ଜାରି କରିଥିବା ଏକ ପତ୍ରରେ ପ୍ରକାଶିତ ଯେ, କେବୁଲ ଟଭି (ରେଗୁଲେସନ) ୧୯୯୫ ଅନୁସାରେ ବୈଦୁତିକ ଗଣମାଧ୍ୟମ ସଂସ୍ଥାମାନେ ଅଯୋଧ୍ୟ ମାମଲା ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି ଅନୁସାରେ ଖବର ପ୍ରସାରଣ କରିବେ ଏବଂ ଶୁଣାଣି ହୋଇଥିବା ସମସ୍ତ ତଥ୍ୟ ଆଧାରିତ ଖବର ପ୍ରସାରଣ କରିବାକୁ ପରାମର୍ଶ ଦିଆଯାଇଛି।

ଅଯୋଧ୍ୟା ରାୟକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣିକୁ ନେଇ ବୈଦ୍ୟୁତିକ ଗଣମାଧ୍ୟମ, ଡିଟିଏଚ୍‌ ଅପରେଟର ଏବଂ କେବୁଲ ଅରେଟରମାନେ କୌଣସି ପ୍ରକାର ଦେଶଦ୍ରୋହୀ କିମ୍ବା ଧାର୍ମିକ ଭାବନାକୁ କ୍ଷୂର୍ଣ୍ଣ କରୁଥିବା ଖବରକୁ ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ।

ପ୍ରୋଗ୍ରାମ କୋଡ଼ ଅନୁସାରେ କୌଣସି ପ୍ରସାରଣରେ ହିଂସାପୂର୍ଣ୍ଣ କିଛି ବି ଘଟଣାବଳୀ କିମ୍ବା କୋର୍ଟ ବିରୁଦ୍ଧାଚରଣ କରୁଥିବା ଖବରକୁ ସ୍ଥାନ ନଦେଇ ଧର୍ମୀୟ ଭାବନାକୁ ବଜାୟ ରଖିବା ପାଇଁ ସମସ୍ତ ଗଣମାଧ୍ୟମ, କେବୁଲ ଟିଭି ସଂସ୍ଥାମାନଙ୍କୁ ଅନୁରୋଧ କରିଛି ମନ୍ତ୍ରଣାଳୟ।

ପ୍ରୋଗ୍ରାମ କୋଡ଼ରେ କୌଣସି ଅର୍ଦ୍ଦସତ୍ୟ କିମ୍ବା ମିଥ୍ୟାପୂର୍ଣ୍ଣ ଖବରକୁ ପରିବେଶଣ କରିବାକୁ ବାରଣ କରାଯାଇଛି। ସେହିଭଳି ଦେଶାତ୍ମକଭାବନାକୁ କ୍ଷୁର୍ଣ୍ଣ କରୁଥିବା କୌଣସି ଖବରକୁ ପ୍ରୋତ୍ସାହନ ନଦେବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.