Latest Odisha News

BREAKING NEWS

ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ଼; ସରକାର ଗଠନ ଲାଗି ବିଜେପିକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସୟାରୀ ଶନିବାର ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିଛନ୍ତି ।

BjdElectrycity

ଆସନ୍ତା ୧୧ ତାରିଖ ରାତି ୮ଟା ସୁଦ୍ଧା ଫଡ଼ନବିସ୍‌ଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ପଡ଼ିବ । ଆସନ୍ତା ୧୧ ତାରିଖ ରାତି ୮ଟା ସୁଦ୍ଧା ଫଡ଼ନବିସ୍‌ଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ପଡ଼ିବ ।

ଏଠାରେ ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ବିଧାନସଭା ବିଧାନସଭା ନିର୍ବାଚନରେ ସମୁଦାୟ ୨୮୮ଟି ଆସନ ମଧ୍ୟରୁ ବିଜେପି ଏକାକୀ ୧୦୫, ମେଣ୍ଟ ସହଯୋଗୀ ଶିବସେନା ୫୬ଟି ସିଟ୍ ହାସଲ କରିଥିଲେ । ଅନ୍ୟପକ୍ଷରେ କଂଗ୍ରେସ ୪୪, ଏନସିପି ୫୪ଟି ସିଟ୍ ଅକ୍ତିଆର କରିଥିଲେ ।

ଉଲ୍ଲେଖଯୋଗ୍ୟ ଏହିକି ଯେ, ଲୋକସଭା ନିର୍ବାଚନ ପୂର୍ବରୁ ଦୁଇ ମେଣ୍ଟ ସହଯୋଗୀ କାର୍ଯ୍ୟକାଳରେ ଅଢେଇ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ପଦ ରଖିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ଫଡ଼ନାଭିସଙ୍କ କହିବା କଥା ହେଲା ତାଙ୍କ ଉପସ୍ଥିତିରେ ଏପରି ନିଷ୍ପତ୍ତି ଗ୍ରହଣ ହୋଇନାହିଁ । ତେଣୁ ସେ ପୁନର୍ବାର ୫ ବର୍ଷ ଲାଗି ବିଜେପି ପକ୍ଷରୁ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ବୋଲି କହିଛନ୍ତି ।

ଶିବସେନା ବିଧାନସଭା ନିର୍ବାଚନ ପରେ ପରେ ୫୦-୫୦ ପ୍ରତିଶତ ସରକାର ଗଠନରେ ଭାଗୀଦାର ହେବାକୁ ତଥା ମୁଖ୍ୟମନ୍ତ୍ରୀ ପଦକୁ ଦୁଇ ଦଳ ଅଢେଇ ବର୍ଷ ଯାଏଁ ରଖିବାକୁ ଜିଦ୍ ଧରିଥିଲା ।

Leave A Reply

Your email address will not be published.