Latest Odisha News

BREAKING NEWS

ଅଗଷ୍ଟରେ ଖୋଲିପାରେ ସିନେମା ହଲ୍

ନୂଆଦିଲ୍ଲୀ: କେବେ ଖୋଲିବ ସିନେମା ହଲ୍ ? ଲକଡାଉନ ପରଠୁ ଦେଶରେ ବନ୍ଦ ରହିଥିବା ସିନେମା ହଲ୍ ଅଗଷ୍ଟ ମାସରୁ ପୁଣି ଥରେ ଖୋଲିପାରେ । ଅନୁମତି ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିଶ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ।

ତୃତୀୟ ପର୍ଯ୍ୟାୟ ଅନଲକ୍ ସମୟରେ ସିନେମା ହଲ ଖୋଲିବା ଉପରେ ବିଚାର କରି ପାରନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବ ଅଜୟ ଖରେ କହିଛନ୍ତି, ସିନେମା ହଲ୍ଗୁଡିକ ଅଗଷ୍ଟ ୧ରୁ କିମ୍ବା ଅଗଷ୍ଟ ୩୧ ସୁଦ୍ଧା ଦେଶରେ ଖୋଲିବାକୁ ଅନୁମତି ଦିଆଯାଇପାରେ ।

କେମିତି ଖୋଲାଯିବ ସିନେମା ହଲ୍ ଏଥିପାଇଁ କିଛି ପ୍ରସ୍ତାବ ଦେଇଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ହଲର ପ୍ରଥମ ଧାଡିରେ ବିକଳ୍ପ ସିଟ୍ ବ୍ୟବସ୍ଥା କରାଯିବ । ତାପରବର୍ତ୍ତୀ ଧାଡ଼ିଟି ଖାଲି ପଡ଼ିବ । ପୂରା ହଲରେ ଏଭଳି ବ୍ୟବସ୍ଥା କରାଯିବ ।

ଦୁଇ ମିଟର ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ଏବେ ଗୃହ ମନ୍ତ୍ରାଳୟର ନିଷ୍ପତ୍ତିକୁ ଅପେକ୍ଷା ।

Leave A Reply

Your email address will not be published.