Latest Odisha News

BREAKING NEWS

କଟକରେ ୨ ପରିବାର ମଧ୍ୟରେ ସଂଘର୍ଷ; ଜଣେ ମୃତ

କଟକ: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଧୁରୁସିଆ ଗ୍ରାମର ୨ଟି ପରିବାର ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଜଣେ ବ୍ୟକ୍ତି ମୃତ ଓ ପ୍ରାୟ ୪ ଜଣ ଆହତ ହୋଇଛନ୍ତି ।

ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଜମିଜମା ବିବାଦକୁ ନେଇ ୨ଟି ପରିବାର ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ପରେ ଏହା ସଂଘର୍ଷରେ ପରିଣତ ହୋଇଥିଲା ବେଳେ ଉଭୟ ପରିବାର ପରସ୍ପରକୁ ଆକ୍ରମଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.