Latest Odisha News

BREAKING NEWS

ବଲିଉଡରେ ଡେବ୍ୟୁ କରିବେ ଇବ୍ରାହିମ୍ ଅଲ୍ଲୀ ଖାନ

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ୍ ଅଲ୍ଲୀ ଖାନ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଇବ୍ରାହିମଙ୍କୁ କରଣ ଜୋହର ତାଙ୍କର ଆଗାମୀ ଫିଲ୍ମ ‘ନାଦାନିଆ’ ଜରିଆରେ ଲଞ୍ଚ କରୁଛନ୍ତି।

ଏହା ଏକ ରୋମାଣ୍ଟିକ ଫିଲ୍ମ, ଯେଉଁଥିରେ ଇବ୍ରାହିମ୍ ଏବଂ ଖୁସି କପୁର ଏକାଠି ନଜର ଆସିବେ। ସେମାନଙ୍କ ବ୍ୟତୀତ ଏହି ଫିଲ୍ମରେ ସୁନୀଲ ଶେଟ୍ଟୀ, ଦିୟା ମିର୍ଜା, ଜୁଗଲ ହଂସରାଜ ଏବଂ ମହିମା ଚୌଧୁରୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

କରଣ ଜୋହର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ପ୍ରଥମ ଲୁକ୍ର ପୋଷ୍ଟ ସେୟାର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି ‘ହର ଲଭ୍ ଷ୍ଟୋରି ମେ ଥୋଡି ସି ନାଦାନି ହୋତି ହେ’। ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି।

ଶାଉନା ଗୌତମ ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନାରେ ଡେବ୍ୟୁ କରିବେ । ଏହି ଫିଲ୍ମଟି କରଣ ଜୋହର, ଅପୂର୍ବ ମେହେତ୍ତା ଏବଂ ସୋମେନ ମିଶ୍ରଙ୍କ ଦ୍ୱାରା ପ୍ରଯୋଜିତ। ତେବେ ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମର ରିଲିଜ ତାରିଖ ଘୋଷଣା କରାଯାଇନାହିଁ।

 

Comments are closed.