ନୂଆଦିଲ୍ଲୀ: ଆଇସିସି ୨୦୨୪ର ଶ୍ରେଷ୍ଠ ଟେଷ୍ଟ ଏକାଦଶ ଚୟନ କରିଛି । ଏଥିରେ ୩ ଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି । ସେମାନ ହେଲେ ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ, ଯଶସ୍ୱୀ ଜୈସୱାଲ ଓ ରବୀନ୍ଦ୍ର ଜାଡେଜା । ଦଳର ନେତୃତ୍ୱ ଅଷ୍ଟ୍ରେଲିଆର ପ୍ୟାଟ କୁମିନ୍ସଙ୍କୁ ପ୍ରଦାନ କରାଯାଇଛି । ଏହି ଦଳରେ ଭାରତରୁ ୩ଜଣ, ଇଂଲଣ୍ଡରୁ ୪ଜଣ, ନ୍ୟୁଜିଲାଣ୍ଡରୁ ୨ଜଣ ଏବଂ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାରୁ ଜଣେ ଲେଖାଏଁ ଖେଳାଳି ସ୍ଥାନ ପାଇଛନ୍ତି । ପୂର୍ବରୁ ଘୋଷଣା କରାଯାଇଥିବା ଶ୍ରେଷ୍ଠ ଦିିନିକିଆ ଏକାଦଶରେ ଭାରତର କୌଣସି ଖେଳାଳି ସ୍ଥାନ ପାଇ ନ ଥିଲେ ।
ବୁମରାହ ୨୦୨୪ରେ ୧୪.୯୨ ଆଭରେଜରେ ୭୧ ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଜାଡେଜା ୫୨୭ ରନ କରିବା ସହ ୪୮ ୱିକେଟ ହାସଲ କରିଛନ୍ତି । ଯଶସ୍ୱୀ ୫୪.୭୪ ଆଭରେଜରେ ୧୪୭୮ ରନ କରିଛନ୍ତି ।
ଆଇସିସି ଶ୍ରେଷ୍ଠ ଏକାଦଶ: ପ୍ୟାଟ କୁମିନ୍ସ(ଅଧିନାୟକ), ଯଶସ୍ୱୀ ଜୈସୱାଲ, ବେନ ଡକେଟ, କେନ ୱିଲିୟମସନ, ଜୋ ରୁଟ, ହ୍ୟାରୀ ବ୍ରୁକ, କାମିନ୍ଦୁ ମେଣ୍ଡିସ, ଜେମୀ ସ୍ମିଥ, ରବୀନ୍ଦ୍ର ଜାଡେଜା, ମ୍ୟାଟ ହେନେରୀ ଓ ଯଶପ୍ରୀତ ବୁମରାହ ।
Comments are closed.