ଭୁବନେଶ୍ବର: ଯୋଗ ଦ୍ବାରା ଚର୍ମରେ ପଡୁଥିବା କୁଞ୍ଚକୁ ରୋକି ପାରିବେ ଓ ସ୍କିନ ଟାଇଟ୍ କରି ପାରିବେ । ଫଳରେ ବୟସ ବଢିବା ଯୋଗୁଁ ସ୍କିନରେ ପଡୁଥିବା କୁଞ୍ଚ ଦୂର ହେବ ଏବଂ ଆପଣ ୟଙ୍ଗ ଦେଖାଯିବେ । ଆସନ୍ତୁ ଶିଖିବା ଏହି ଫେସ୍ ଯୋଗ ।
ବେଲୁନ୍ ପୋଜ୍ – ଚକାମାଡି ବସି ପଡନ୍ତୁ । ଓଠ ଉପରେ ଦୁଇଟି ଆଙ୍ଗୁଠି ରଖନ୍ତୁ। ପାଟି ଭିତରେ ପବନ ଭରି ଚାପ ସୃଷ୍ଟି କରି ଗାଲକୁ ଫୁଲାନ୍ତୁ। ଏକ ମିନିଟ୍ ପାଇଁ ଏପରି ଅବସ୍ଥାରେ ରୁହନ୍ତୁ । ଏପରି କଲେ ଚର୍ମ ଟାଇଟ୍ ରହିବ ।
ମାଇଣ୍ଡଫୁଲ୍ନେସ୍ ପୋଜ୍- ଦୁଇ ହାତର ଚାରି ଆଙ୍ଗୁଠିରେ କପାଳର ମଧ୍ୟଭାଗକୁ ଦବାନ୍ତୁ। । ଆଖି ବନ୍ଦ ରଖନ୍ତୁ ଏବଂ ରିଲାକ୍ସ ରୁହନ୍ତୁ । ଏପରି ୩ରୁ ୪ଥର କରନ୍ତୁ। ଏହି ଯୋଗ ଦ୍ବାରା ସ୍କିନ ଭିତରେ ଭଲ ରକ୍ତ ସଞ୍ଚାଳନ ହେବ ଏବଂ ଚର୍ମ ସୁସ୍ଥ ରହିବ ।
ଭି ପୋଜ୍- ଦୁଇ ହାତର ବିଶି ଆଙ୍ଗୁଠି ଏବଂ ମଝି ଆଙ୍ଗୁଠିକୁ V ପରି କରନ୍ତୁ। ବର୍ତ୍ତମାନ ଏହି ଆଙ୍ଗୁଠିଗୁଡ଼ିକୁ ଆଖିର ଦୁଇ କୋଣରେ ରଖନ୍ତୁ ଏବଂ ଆଖିର ଉଭୟ ପାର୍ଶ୍ୱରେ ଚାପ ପ୍ରୟୋଗ କରନ୍ତୁ ଏବଂ ତଳକୁ ତଳକୁ ଟାଣନ୍ତୁ ଏବଂ ଉପରକୁ ଦେଖନ୍ତୁ।
ଏଥିସହ ଖାଇବାରେ କଖାରୁ ମଞ୍ଜି, ରାଶି, କନ୍ଦମୂଳ, ଆଭାକାଡୋ, ଟମାଟୋ, ଗାଜର, ରସୁଣ, ଅଁଳା ସାମିଲ କରନ୍ତୁ ।
Comments are closed.