Latest Odisha News

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର, ୧୦ ବର୍ଷରେ ୨୯ ଆଇସିସି ଟୁର୍ଣ୍ଣାମେଂଟ

ଦୁବାଇ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୩ରୁ ୨୦୩୧ ପର୍ଯ୍ୟନ୍ତ ଫ୍ୟୁଚର ଟୁର ପ୍ରୋଗ୍ରାମ ଘୋଷଣା କରିଛି । ଏହା ମଧ୍ୟରେ ୨୭ ଆଇସିସି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଏଥିରେ ୪ଟି୨୦ ବିଶ୍ୱକପ ହେବ ଯେଉଁଥିରେ ୨୦ଟି ଦଳ ଅଂଶଗ୍ରହଣ କରିବେ । ୨ଟି ଏକଦିବସୀୟ ବିଶ୍ୱକପ ୧୪ଟି ଦଳକୁ ନେଇ ଖେଳାଯିବ ।

ଏହା ବ୍ୟତୀତ ୨ଟି ଚାମ୍ପିୟନ୍ସ ଟ୍ରଫି ଏବଂ ୪ଟି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(୨୦୨୫, ୨୦୨୭, ୨୦୨୯, ୨୦୩୧) ଆୟୋଜିତ ହେବ । ଚଳିତ ବର୍ଷ ଏବଂ ୨୦୨୨ରେ ୨ଟି ଟି୨୦ ବିଶ୍ୱକପ ଖେଳାଯିବାକୁ ଥିବାରୁ ୧୦ ବର୍ଷରେ କ୍ରିକେଟପ୍ରେମୀ ୨୯ଟି ବଡ ଟୁର୍ଣ୍ଣାମେଂଟ ଉପଭୋଗ କରିବେ । ଏଥିରେ ମହିଳା ଖେଳାଳିଙ୍କ ମେଗା ଇଂଭେଟ ବି ସାମିଲ ଅଛି ।

Comments are closed.