Latest Odisha News

BREAKING NEWS

ବିସିସିଆଇ ଅନୁରୋଧ ପରେ ଆଇସିସି ବାତିଲ କଲା ପାକିସ୍ତାନ ଗସ୍ତ

କରାଚୀ: ଚାମ୍ପିୟନ୍ସ ଟ୍ରଫି ଆୟୋଜନ ସମ୍ପର୍କୀତ ଏକ ବୈଠକ ପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲର ସଦସ୍ୟ ପାକିସ୍ତାନ ଯିବାକୁ ମନା କରି ଦେଇଛନ୍ତି । ପିଓକେରେ ପିସିବି ଏ ନେଇ ବୈଠକର ଆୟୋଜନ କରିଥିଲା । ଏହା ନଭେମ୍ବର ୧୯ରେ ହେବାକୁ ଥିଲା । ଯାହାକୁ ନେଇ ବିସିସିଆଇ ଆପତି ଉଠାଇଥିଲା । ଏବେ ଆଇସିସି ପିଓକେ ଯିବାକୁ ମନା କରି ଦେଇଛ ଫଳରେ ପାକିସ୍ତାନକୁ ଶକ୍ତ ଧକ୍କା ଲାଗିଛି । ଅବଶ୍ୟ ଆଇସିସି କିମ୍ବା ପିସିବି ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । ବିସିସିଆଇ ସେକ୍ରେଟାରୀ ଜୟ ଶାହ କହିଥିଲେ ଚାମ୍ପିୟନ୍ସ ଟ୍ରଫି ଆୟୋଜନରେ କୌଣସି ରାଜନୀତି ନ କରାଯାଉ ।

ଏହି ଆଇସିସି ଟୁର୍ଣ୍ଣାମେଂଟ ଖେଳିବା ପାଇଁ ଭାରତ ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଯିବାକୁ ମନା କରିଦେଇଛି । ଯାହା ଫଳରେ ପିସିବି ପ୍ରତିକ୍ରିୟାଶୀଳ ହୋଇ ଉଠିଛି । ଭାରତ ଖେଳିବାକୁ ଥିବା ମ୍ୟାଚ ହାଇବ୍ରିଡ ମଡେଲରେ ଖେଳାଯିବା ପାଇଁ କୁହାଯାଇଛି । ଏ ନେଇ ଚୂଡାନ୍ତ ନିଷ୍ପତି ନିଆଯାଇ ନାହିଁ । ପୂର୍ବରୁ ଏସିଆ କପ ଖେଳିବା ପାଇଁ ପାକିସ୍ତାନ ଗସ୍ତରେ ଭାରତ ଯାଇ ନ ଥିଲା । ଭାରତର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳା ଯାଇଥିଲା । ୨୦୦୭-୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ସହ ଭାରତ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଖେଳି ନାହିଁ । ଆଇସିସି ଓ ଏସିସି ପ୍ରତିଯୋଗିତାରେ କେବଳ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି ।

Leave A Reply

Your email address will not be published.