ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ ବୋର୍ଡ ଆଗାମୀ ଟି୨୦ ବିଶ୍ୱକପ ପାଇଁ ତାର ଟିମ ଭାରତ ପଠାଇବାକୁ ସିଧାସଳଖ ମନା କରିଦେଇଛି । ବାଂଲାଦେଶ ବିଶ୍ୱକପରୁ ବାହାରିବା ଏକପ୍ରକାର ନିଶ୍ଚିତ ହୋଇଥିଲେ ମଧ୍ୟ ଏ ନେଇ ଅଫିସିଆଲ ବୟାନ ଜାରୀ କରାଯାଇ ନାହିଁ । ରିପୋର୍ଟ ମୁତାବକ ଆଇସିସି ଖୁବ ଶୀଘ୍ର ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିବ । ବିସିବି ଅନାବଶ୍ୟକ ଭାବେ ଜିଦ ଧରୁଥିବାରୁ ଆଇସିସି କ୍ଷୁବ୍ଧ ହୋଇଯାଇଛି । ଆଇସିସି ବାଂଲାଦେଶକୁ ବାସନ୍ଦ କରିପାରେ ବୋଲି ମଧ୍ୟ ଖବର ପ୍ରକାଶ ପାଇଛି । କିମ୍ବା କିଛି ବର୍ଷ ପର୍ଯ୍ୟନ୍ତ ଆଇସିସିର କୌଣସି ଟୁର୍ଣ୍ଣାମେଂଟର ଅଂଶଗ୍ରହଣ କରିପାରିବ ନାହିଁ ।
ବାଂଲାଦେଶ ବୋର୍ଡକୁ ମଧ୍ୟ ଆଇସିସି ବ୍ୟାନ କରିଦେଇପାରେ ବୋଲି ମଧ୍ୟ ରିପୋର୍ଟମାନ ପ୍ରକାଶ ପାଇଛି । ବାଂଲାଦେଶ ବୋର୍ଡ ଉପରେ ସ୍ଥାନୀୟ ସରକାର ହସ୍ତକ୍ଷେପ କରୁଛି । ଆଇସିସି ନିୟମ ଅନୁସାରେ ଏହା ଗ୍ରହଣୀୟ ନୁହେଁ । ଯଦି ଏହି ଅଭିଯୋଗ ସତ୍ୟ ହୋଇଥାଏ ତେବେ ବାଂଲାଦେଶ ବୋର୍ଡ ବ୍ୟାନ ହେବା ବଡ କଥା ନୁହେଁ । ବାଂଲାଦେଶ ନିକଟରେ ଏବେ ବି କିଛି ସମୟ ଅଛି । ଆଇସିସି ବାଂଲାଦେଶ ବାହାର ହେବା କିମ୍ବା ସ୍କଟଲାଣ୍ଡର ଏଂଟ୍ରି ନେଇ କୌଣସି ବୟାନ ଜାରୀ କରିନି । ଯେତେଦୂର ସମ୍ଭବ ବୁଧବାର କିମ୍ବା ଗୁରୁବାର ଏହି ସ୍ଥିତି ସ୍ପଷ୍ଟ ହୋଇଯିବ ।