Latest Odisha News

BREAKING NEWS

ଆସନ୍ତୁ ଜାଣିବା ଦିନିକିଆ ବିଶ୍ୱକପ ୨୦୨୭ କେବେଠାରୁ ହେବ ଆରମ୍ଭ

ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ଆୟୋଜିତ ହେବ । ଆଇସିସି ଗୁରୁବାର ଏହା କେବେଠାରୁ ଆରମ୍ଭ ହେବ ସ୍ପଷ୍ଟ କରିଛି । ଦକ୍ଷିଣ ଆଫ୍ରିକାର ୮ଟି ଭେନ୍ୟୁରେ ଅଧିକାଂଶ ମ୍ୟାଚ ଖେଳାଯିବ । ୪ ଅକ୍ଟୋବରରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ବିଶ୍ୱକପ ଖେଳାଯିବ । ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଅହମ୍ମଦାବାଦରେ ଆୟୋଜିତ ବୈଠକରେ ଏହି ତାରିଖ ନେଇ ସହମତ ହୋଇଥିଲା । ଓଭରାଲ ୫୪ ମ୍ୟାଚରୁ ୪୧ ମ୍ୟାଚ ଦକ୍ଷିଣ ଆଫ୍ରିକାରେ ଖେଳାଯିବ । ଜିମ୍ବାୱେରେ ୮ରୁ ୧୦ ଓ ନାମ୍ବିଆରେ ୩ଟି ମ୍ୟାଚ ଖେଳାଯିବ ।

୨୦୦୩ ପରେ ପୂନର୍ବାର ଦକ୍ଷିଣ ଆଫ୍ରିକାରେ ଏହି ମେଗା ଇଭେଂଟ ଆୟୋଜିତ ହେବାକୁ ଯାଉଛି । ଏଥର ବିଶ୍ୱକପରେ ୧୪ଟି ଟିମ ଅଂଶଗ୍ରହଣ କରିବେ । ୨ଟି ଗ୍ରୁପରେ ଟିମଗୁଡିକ ଭାଗ କରାଯିବ । ଗ୍ରୁପ ପର୍ଯ୍ୟାୟରେ ସମସ୍ତ ଟିମ ପରସ୍ପର ବିପକ୍ଷରେ ଖେଳିବେ । ପ୍ରତ୍ୟେକ ଗ୍ରୁପରୁ ୩ଟି ଲେଖାଏଁ ଟିମ ସୁପର ସିକ୍ସରେ ପ୍ରବେଶ କରିବେ । ଏହା ପରେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.