Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ଏବେ ବି ପାକିସ୍ତାନରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇନି ଷ୍ଟାଡିୟମ

କରାଚୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ । ଫେବୃୟାରୀ ୧୯ରୁ ଏହା ଆରମ୍ଭ ହେବ । ଭାରତ ଚାମ୍ପିୟନ୍ସ ଟ୍ରଫିର ସମସ୍ତ ମ୍ୟାଚ ଦୁବାଇରେ ଖେଳାଯିବ । ପାକିସ୍ତାନରେ ଲାହୋର, କରାଚୀ ଓ ରାୱଲପିଣ୍ଡିରେ ମ୍ୟାଚଗୁଡିକ ଖେଳାଯିବ । ଆଇସିସି ଏବେ ପାକିସ୍ତାନ ବୋର୍ଡକୁ ଜାନୁୟାରୀ ୨୬ ସୁଦ୍ଧା ଷ୍ଟାଡିୟମ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଡେଡଲାଇନ ଦେଇଛି । ପୂର୍ବରୁ ୩୧ ଡିସେମ୍ବର ଏହାର ଡେଡଲାଇନ ରହିଥିଲା । ଗଦ୍ଦାଫି ଷ୍ଟାଡିୟମରେ ଅନେକ କାର୍ଯ୍ୟ ବାକି ରହିଛି । ଏହାର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବା ନେଇ ସନ୍ଦେହ ରହିଛି । ଅବଶ୍ୟ ଆଇସିସି ଟୁର୍ଣ୍ଣାମେଂଟରେ ଷ୍ଟାଡିୟମର ବିକଳ୍ପ ରଖା ଯାଇଥାଏ ।

ପିସିବି ନିର୍ଦ୍ଧାରିତ ସମୟରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ବୋଲି ଦୃଢ଼ତା ସହକାରେ କହିଛି । ତେବେ କାର୍ଯ୍ୟରେ ମନ୍ଥରତା ନେଇ କିନ୍ତୁ ଆଇସିସି ଅସନ୍ତୋଷ ବ୍ୟକ୍ତ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ଚାମ୍ପିୟନ୍ସ ଟ୍ରଫିରେ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି । ୨ଟି ଗ୍ରୁପରେ ଦଳଗୁଡିକ ଭାଗ କରାଯାଇଛି । ଗ୍ରୁପ ଏ ରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ରହିଥିବା ବେଳେ ଗ୍ରୁପ ବିରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ଇଂଲଣ୍ଡ ରହିଛନ୍ତି । ଓଭରାଲ ୧୫ଟି ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.