Latest Odisha News

BREAKING NEWS

T-20 ବିଶ୍ୱକପ୍: ଆଜିଠୁ କ୍ୱାଲିଫାୟାର ରାଉଣ୍ଡ, ୨୩ରୁ ଅସଲ ଲଢ଼େଇ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆଜିଠୁ ଆରମ୍ଭ ହେଉଛି ଟି-ଟ୍ୱେଣ୍ଟି ପୁରୁଷ ବିଶ୍ୱକପ୍ । ୟୁଏଇ ଏବଂ ଓମାନରେ ଆରମ୍ଭ ହେବ ମହାମୁକାବିଲା । ଆଜିଠୁ ଆରମ୍ଭ ହେବ କ୍ୱାଲିଫାୟାର ରାଉଣ୍ଡ । ସୁପର୍ ୧୨କୁ ଯିବାକୁ ଥିବା ୪ଟି ଟିମ୍ ପାଇଁ ଲଢ଼େଇ ହେବ । ୮ଟି ଟିମ୍ ଭାଗ ନେଉଛନ୍ତି ।

କ୍ୱାଲିଫାୟାର ରାଉଣ୍ଡରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍ । ପ୍ରଥମ ମୁକାବିଲା ଓମାନ୍ ଓ ପପୁଆ ନ୍ୟୁ ଗିନି ମଧ୍ୟରେ ଖେଳାଯିବ । ସାଢ଼େ ୩ଟାରେ ଏହି ମ୍ୟାଚ୍ ଖେଳାଯିବ । ସେହିପରି ଦ୍ୱିତୀୟ ମୁକାବିଲାରେ ମୁହାଁମୁହିଁ ହେବେ ବାଂଲାଦେଶ ଓ ସ୍କଟଲାଣ୍ଡ ।

ଅକ୍ଟୋବର ୨୩ରୁ ଆରମ୍ଭ ହେବ ସୁପର ୧୨ର ମୁକାବିଲା । ଆଇସିସି ରାଙ୍କିଂ ଆଧାରରେ ୮ଟି ଟିମ୍ ସୁପର ୧୨ ପାଇଁ କ୍ୱାଲିଫାଏ କରି ସାରିଛନ୍ତି । ବାକି ୪ଟି ସ୍ଥାନ ପାଇଁ ୮ଟି ଟିମ୍ ମଧ୍ୟରେ କ୍ୱାଲିଫାୟାର ଲଢ଼େଇ ହେବ ।

୨୪ ତାରିଖରେ ପାକିସ୍ତାନ ବିପକ୍ଷରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ । ଭାରତ ସହ ଗ୍ରୁପ୍-୨ରେ ଅଛନ୍ତି ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ । ନଭେମ୍ବର ୧୪ରେ ଦୁବାଇରେ ଫାଇନାଲ୍ ଫାଇଟ୍ ହେବ ।

Leave A Reply

Your email address will not be published.