Latest Odisha News

BREAKING NEWS

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଥମିବାର ନା ନେଉନି ତୈଳ ଦର। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ରେକର୍ଡ ସ୍ତରରେ ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ଏବଂ ଡିଜେଲ ଭାରତର ସମସ୍ତ ପ୍ରମୁଖ ସହରରେ ରେକର୍ଡ ସ୍ତରରେ ବିକ୍ରି ହେଉଛି।

ଦିଲ୍ଲୀରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇ ଲିଟର ପିଛା ୧୦୫.୮୪ ଟଙ୍କାରେ ପହଞ୍ଚିଛି। ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ସର୍ବାଧିକ ୧୧୧.୭୭ ଟଙ୍କା ବିକ୍ରି ହେଉଛି।

ଭାରତର ଅଧିକାଂଶ ପ୍ରମୁଖ ସହରରେ ଡିଜେଲ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ, ବିହାର, କେରଳ, କର୍ଣ୍ଣାଟକ ଏବଂ ଲଦାଖ ଆଦି ରାଜ୍ୟରେ ତୈଳ ଦର ଉପରମୁହାଁ ହେବାରେ ଲାଗିଛି।

ମୁମ୍ବାଇରେ ଡିଜେଲ ଲିଟର ପିଛା ୧୦୨.୫୨ ଟଙ୍କାରେ ବିକ୍ରି ହେଉଛି। ରବିବାର ଦିନ ତୈଳ ଦର ୩୫ ପଇସା ବୃଦ୍ଧି ପାଇବା ପରେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୯୪.୨୨ ଟଙ୍କାରେ ବିକ୍ରି ହେଉଛି।

Leave A Reply

Your email address will not be published.