Latest Odisha News

ଆଇସିସିର ଗୁରୁତ୍ୱପୂର୍ଣ୍ଣ ଘୋଷଣା: ବିଶ୍ୱକପରେ ମହିଳା ଟିମକୁ ମିଳିବ ପୁରୁଷ ସମକକ୍ଷ ପୁରସ୍କାର ରାଶି

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । ଆଗକୁ ବିଶ୍ୱକପରେ ମହିଳା ଟିମକୁ ମଧ୍ୟ ପୁରୁଷ ସମକକ୍ଷ ପୁରସ୍କାର ରାଶି ମିିଳିବ । ମହିଳା ଟିମର ପୁରସ୍କାର ରାଶିକୁ ୧୩୪ ପ୍ରତିଶତ ବୃଦ୍ଧି କରାଯାଇଛି । ଗତ ବର୍ଷ ଟି୨୦ ବିଶ୍ୱକପ ଜିତିବା ପରେ ଅଷ୍ଟ୍ରେଲିଆ ଟିମକୁ ୮ କୋଟି ୩୭ ଲକ୍ଷ ଟଙ୍କା ପୁରସ୍କାର ରାଶି ବାବଦକୁ ମିଳିଥିଲା । ଏବେ ଏହା ୧୯କୋଟି ୬୦ ଲକ୍ଷକୁ ବୃଦ୍ଧି କରାଯାଇଛି । ଚାମ୍ପିୟନ ଭାରତୀୟ ପୁରୁଷ ଟିମକୁ ଚଳିତ ବର୍ଷ ୨୩ ଲକ୍ଷ ୪୦ ହଜାର ଆମେରିକୀୟ ଡଲାର ରାଶି ମିଳିଥିଲା । ଜୁଲାଇ ୨୦୨୩ରେ ଅନୁଷ୍ଠିତ ଆଇସିସି ବାର୍ଷିକ ସମ୍ମିଳନୀରେ ଏ ନେଇ ନିଷ୍ପତି ନିଆ ଯାଇଥିଲା ।

ବିଶ୍ୱର ଅନ୍ୟ ପ୍ରମୁଖ ଖେଳ ପରି କ୍ରିକେଟରେ ମଧ୍ୟ ସମାନ ପୁରସ୍କାର ରାଶି ଘୋଷଣାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏହା ଏକ ଐତିହାସିକ ପଦକ୍ଷେପ ବୋଲି ଆଇସିିସି ପକ୍ଷରୁ କୁହାଯାଇଛି । ୨୦୨୪ ମହିଳା ଟି୨୦ ବିଶ୍ୱକପରେ ଏହା ଲାଗୁ ହେବ । ସୂଚନାଯୋଗ୍ୟ, ବାଂଲାଦେଶରେ ହେବାକୁ ଥିବା ଏହି ବିଶ୍ୱକପ ଏବେ ୟୁଏଇରେ ଆୟୋଜିତ ହେବ ।

Leave A Reply

Your email address will not be published.