Latest Odisha News

BREAKING NEWS

ପିସିବିକୁ ଆଇସିସିର ପ୍ରଶ୍ନ, ବିଶ୍ୱକପ ଖେଳିବ କି ନାହିଁ ?

ଲାହୋର: ଭାରତରେ ଅକ୍ଟୋବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ଖେଳିବା ନେଇ ସ୍ପଷ୍ଟ କରିବା ପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ପାକିସ୍ତାନ କ୍ରିକେଟ ବୋର୍ଡକୁ କହିଛି । ଏଥିପାଇଁ ଆଇସିସି ଅଧ୍ୟକ୍ଷ ଗ୍ରେଗ ୱାର୍କଲ ଓ ସିଇଓ ଜ୍ୟେଫ ଏଲର୍ଡିସ ଲାହୋର ଆସିଛନ୍ତି । ପିସିବି ଅଧ୍ୟକ୍ଷ ନଜମ ସେଠୀ କହିଥିଲେ ଯଦି ଟିମ ଇଣ୍ଡିଆ ଏସିଆ କପ ପାଇଁ ପାକିସ୍ତାନ ଗସ୍ତରେ ଆସିବ ନାହିଁ ତେବେ ଆମେ ବିଶ୍ୱକପ ଖେଳିବା ପାଇଁ ଭାରତ ଯିବୁନି । ଭାରତ ମନା କରିବା ଯୋଗୁ ଏସିଆ କପ ଆୟୋଜନ ଅସୁବିଧାରେ ପଡିଯାଇଛି । ପିସିବିର ହାଇବ୍ରିଡ ମଡେଲକୁ ଭାରତ ସମେତ ଅନ୍ୟ ଏସୀୟ ଦେଶ ପସନ୍ଦ କରି ନ ଥିଲେ । ଭାରତ ଏହି ମଡେଲକୁ ମନା କରିବାର କାରଣ ହେଲା, ପାକିସ୍ତାନ ବିଶ୍ୱକପ ନେଇ ନ୍ୟୁଟ୍ରାଲ ଭେନ୍ୟୁ ଯୁକ୍ତି ବାଢ଼ିବା ସମ୍ଭାବନା ରହିଛି ।

ରିପୋର୍ଟ ମୁତାବକ ଏସିଆକପ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ଆଇସିସି ଉଦ୍ୟମ କରୁଛି । ଉଭୟ ବୋର୍ଡକୁ ମନେଇ ମଝି ମଝିଆ ରାସ୍ତା ବାହାର କରିବା ଲକ୍ଷ୍ୟରେ ଆଇସିସି ରହିଛି । ଏସିଆ କପ ମାଧ୍ୟମରେ ପିସିବି ତାର ଆର୍ଥୀକ ସ୍ଥିତି ସୁଧାରିବା ଲକ୍ଷ୍ୟରେ ରହିଛି । ବିିସିସିଆଇ ସହିତ ଆଲୋଚନା କରି ଆଇସିସି ଆର୍ଥୀକ ସହାୟତା ଯୋଗାଇବା ସମ୍ଭାବନା ରହୁଛି ।

Leave A Reply

Your email address will not be published.