Latest Odisha News

BREAKING NEWS

ଜ୍ଞାନବ୍ୟାପି ମାମଲାରେ ମୁସଲିମ ପକ୍ଷଙ୍କୁ ଝଟକା: ଶୃଙ୍ଗାର ଗୌରୀ ପୂଜା ଦାବି ଶୁଣାଣି ପାଇଁ ମିଳିଲା ଅନୁମତି

ପ୍ରୟାଗରାଜ: ଜ୍ଞାନବ୍ୟାପୀ ମସଜିଦରେ ଥିବା ଶୃଙ୍ଗାର ଗୌରୀ ପୂଜା ମାମଲାରେ ଆଲାହାବାଦ ହାଇକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟି ପକ୍ଷରୁ ଆଗତ ଏକ ମାମଲାକୁ ଖାରଜ କରି ଦେଇଛନ୍ତି । କମିଟି ପକ୍ଷରୁ ମସଜିଦ ପରିସରରେ ପୂଜା ଅଧିକାର ମାଗୁଥିବା ୫ ହିନ୍ଦୁ ମହିଳାଙ୍କ ଶୁଣାଣିକୁ ଚାଲେଞ୍ଜ କରାଯାଇଥିଲା । ଏହାର ବିଚାର କରି ହାଇକୋର୍ଟ ୧୨ ସେପ୍ଟେମ୍ବର  ୨୦୨୨ରେ ବାରଣାସୀ କୋର୍ଟ ଦେଇଥିବା ଆଦେଶକୁ କାଏମ ରଖିଛନ୍ତି । ଫଳରେ ଜିଲ୍ଲା କୋର୍ଟ ବାରଣାସୀ ଶଙ୍ଗାର ଗୌରୀଙ୍କ ନିୟମିତ ପୂଜା ଦାବି ପାଇଁ ହୋଇଥିବା ମାମଲାର ଶୁଣାଣି କରିବେ ।

ବାରଣାସୀର ଜ୍ଞାନବ୍ୟାପି ସ୍ଥିତ ଶୃଙ୍ଗାର ଗୌରୀରେ ନିୟମିତ ପୂଜା ଅଧିକାର ମାମଲାରେ ଦୁଇ ପକ୍ଷଙ୍କ ଯୁ୍କ୍ତ ଶିଣୁବା ପରେ ଆଲାହାବାଦ ହାଇକୋର୍ଟ ଡିସେମ୍ବର ୨୩ ତାରିଖ ୨୦୨୨ରେ ଶୁଣାଣିକୁ ସଂରକ୍ଷିତ ରଖିଥିଲେ । ଜଷ୍ଟିସ ଜେବେ ମୁନୀର ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟି ବାରଣାସୀ ପକ୍ଷରୁ ଦାଖଲ କରାଯାଇଥିବା ଏକ ଆବେଦନ ଉପରେ ଏହି ଆଦେଶ ଦେଇଥିଲେ । ରାକ୍ଷୀ ସିଂ ଏବଂ ଅନ୍ୟ ୪ ଜଣ ମହିଳାଙ୍କ ପୂଜା ଅଧିକାରୀକୁ ନେଇ ବାରଣାସୀ ଜିଲ୍ଲା ଅଦାଲତରେ ମାମଲା ଦାଏର କରାଯାଇଥିଲା ।

ପାଞ୍ଚ ଜଣ ମହିଳା ଜ୍ଞାନବ୍ୟାପୀ ମସଜିଦ ପରିସରରେ ଥିବା ହିନ୍ଦୁ ଦେବୀ-ଦେବତାଙ୍କ ପୂଜା ପାଇଁ ଅନୁମତି ମାଗିଥିଲେ । ବିଶେଷକରି ଶୃଙ୍ଗାର ଗୌରୀଙ୍କ ନିୟମିତ ପୂଜା ପାଇଁ ଏହି ମହିଳାମାନେ ଦାବି କରିଥିଲେ । କୋର୍ଟଙ୍କ ଆଦେଶ ପରେ ମସଜିଦରେ ସର୍ଭେ କରାଯାଇଥିଲା । ସର୍ଭେ ପରେ ହିନ୍ଦୁ ପକ୍ଷ ଦାବି କରିଥିଲେ ଯେ, ମନ୍ଦିର ମୁଖ୍ୟସ୍ଥଳରେ ଶିବଲିଙ୍ଗ ଅଛନ୍ତି  । ତେଣୁ ନିୟମିତ ପୂଜା ପାଇଁ ଅନୁମତି ମିଳିବା ଉଚିତ ।

୨୦୨୧ ଅଗଷ୍ଟ ୧୮ରେ ମହିଳାମାନେ ଜ୍ଞାନବ୍ୟାପୀ ମସଜିଦ ପରିସରରେ ମା’ ଶୃଙ୍ଗରୀ ଗୌରୀ, ଗଣେଶ, ହନୁମାନଙ୍କ ସମେତ ଥିବା ଅନ୍ୟ ଦେବଦେବୀଙ୍କୁ ନିୟମିତ ପୂଜା କରିବା ପାଇଁ ଅନୁମତି ମାଗିଥିଲେ । ମାମଲା କୋର୍ଟରେ ପହଞ୍ଚିଥିଲା । ଏବେ ଏଠାରେ ବର୍ଷକେ ଥରେ ପୂଜା କରାଯାଉଛି । ଏହି ଆବେଦନର ଦିଲ୍ଲୀର ରାକ୍ଷୀ ସିଂହଙ୍କ ନେତୃତ୍ୱରେ କରାଯାଇଥିଲା । ଅନ୍ୟ ୪ ଜଣ ମହିଳା ସୀତା ସାହୁ, ମଞ୍ଜୁ ବ୍ୟାସ, ଲକ୍ଷ୍ମୀ ଦେବୀ, ରେଖା ପାଠକ ବନାରସର ଅଟନ୍ତି ।

Leave A Reply

Your email address will not be published.