Latest Odisha News

BREAKING NEWS

ରେକର୍ଡ ସୃଷ୍ଟି କଲା ବିଶ୍ବର ସବୁଠାରୁ ବଡ଼ ପିଜ୍ଜା

ନୂଆଦିଲ୍ଲୀ : ସାଧାରଣତଃ ସମସ୍ତଙ୍କର ଖାଇବା ପସନ୍ଦ ଭିନ୍ନ ଭିନ୍ନ ଥାଏ । କାହାକୁ  ପିଜା, ବରଗର ବା ସାଣ୍ଡଓ୍ବିଚ୍‌ ଖାଇବାକୁ ପସନ୍ଦ ଥାଏ ତ ଆଉ କାହାକୁ ଚିକେନ୍‌ ମଟନ୍‌ ବା ବିରିୟାନୀ ପସନ୍ଦ ଥାଏ । ତେବେ ଆମେ ଆପଣଙ୍କୁ ଏମିତି ଏକ ପିଜା ବିଷୟରେ କହିବୁ ଏମିତି ପିଜା ହୁଏତ ଦୁନିଆାର ପ୍ରଥମ ଆଉ ଆପଣମାନେ କେବେ ଦେଖି ନଥିବେ । ହଁ ଦର୍ଶକ ବନ୍ଧୁ ଦୁନିଆର ଏମିତି ଏକ ପିଜା ଅଛି ଯାହା ବିଶ୍ବର ସବୁଠୁ ବଡ଼ ପିଜା । କେବଳ ଏତିକି ନୁହେଁ ଏହି ପିଜା ମଧ୍ୟ ବିଶ୍ବ ରେକର୍ଡ କରିଛି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ଆମେରିକାର ‘ପିଜ୍ଜା ହଟ୍‌’ କମ୍ପାନି ନିକଟରେ ବିଶ୍ବର ବୃହତ୍ତମ ପିଜ୍ଜା ପ୍ରସ୍ତୁତ କରି ରେକର୍ଡ ସୃଷ୍ଟି କରିଛି। ଏହି ରେକର୍ଡଧାରୀ ପିଜ୍ଜାର ଆକାର ଓ ତାହାର ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀର ମାତ୍ରା ଏତେ ଯେ ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଲସ୍‌ ଆଞ୍ଜେଲସ୍‌ ସ୍ଥିତ ଏକ ସମ୍ମିଳନୀ କେନ୍ଦ୍ରଠାରେ ୧୩ହଜାର ୯ଶହ ୯୩ ବର୍ଗଫୁଟ ପରିମିତ ଏହି ବିଶାଳକାୟ ପିଜ୍ଜାଟି ବାସ୍ତବ ରୂପ ନେଇଛି। ସେଥିରେ ୬ହଜାର ୧୯୩ କେଜି ମଇଦା ସହିତ ୮ହଜାର ୮୦୦ ପାଉଣ୍ଡ୍‌ରୁ ଅଧିକ ପରିମାଣର ଲହୁଣୀ ଓ ୨ହଜାର ୨୪୪ କେଜି ଟମାଟୋ ସସ୍‌ ବିନିଯୋଗ ହୋଇଛି।

ଖାଲି ସେତିକି ନୁହେଁ, ସେଥିରେ ୬ ଲକ୍ଷ ୩୦ହଜାର ୪ଶହ୯୬ଟି ପେପ୍ପୋରୋନି ମଧ୍ୟ ଲାଗିଥିଲା।ତେବେ  ଗତ ୧୮ ତାରିଖରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇ ତାହାକୁ ସାରିବା ଲାଗି ଦୁଇ ଦିନ ଲାଗିଥିଲା। ଏହାର ପ୍ରସ୍ତୁତି କରିବା ପାଇଁ କମ୍ପାନିର ଶତାଧିକ କାରିଗର ଯୋଗ ଦେଇଥିଲେ। ସେମାନେ ପ୍ରଥମେ ଚଟାଣ ଉପରେ ଭାଗ ଭାଗ କରି ୬୮ହଜାରଟି ପିଜ୍ଜା ଗଢ଼ିଲା ପରେ ସେ ସବୁକୁ ଯୋଡ଼ାଯାଇଥିଲା।

ତାହା ଉପରେ ଚଳନ୍ତି ପାଉଁରୁଟି ଗଢ଼ା ଯନ୍ତ୍ରକୁ ବୁଲାଇ ପ୍ରତ୍ୟେକ ଖଣ୍ଡ ଯେପରି ଭଲଭାବେ ସିଝିପାରିବ, ତାହା ନିରୀକ୍ଷଣ କରାଯାଇଥିଲା। ଏହି ପିଜାକୁ ଏପରି ଯତ୍ନର ସହ ପ୍ରସ୍ତୁତି କରାଯାଇଥିଲା ଯେ, ତାହାର ଟିକିଏ ବି ଅଂଶ ନଷ୍ଟ ହେବାକୁ ଦିଆଯିବନି ବୋଲି କମ୍ପାନିର ଅଧ୍ୟକ୍ଷ ଡେଭିଡ୍ ଗ୍ରେଭ୍‌ସ କହିଛନ୍ତି।

 

 

Leave A Reply

Your email address will not be published.