Latest Odisha News

BREAKING NEWS

T20 World Cup 2026: ପାକିସ୍ତାନ ଦାବିକୁ ପ୍ରତ୍ୟାଖ୍ୟାନ କଲା ଆଇସିସି, ଦେଲା ଅଲ୍ଟିମେଟମ୍…

ନୂଆଦିଲ୍ଲୀ: ୨୦୨୬ ଟି୨୦ ବିଶ୍ୱକପରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ପାଖେଇ ଆସୁଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ।

ଯେଉଁଥିପାଇଁ ଆଇସିସି ପ୍ରତିନିଧିମାନେ ପାକିସ୍ତାନରେ ପହଞ୍ଚିଥିଲେ ଓ ସେଠାରେ ମୋହସିନ ନକଭିଙ୍କ ନେତୃତ୍ୱରେ ପିସିବି ଭାରତ ସହିତ ଦ୍ୱିପାକ୍ଷିକ ସିରିଜ ପୁନରାମ୍ଭ କରିବା ସମେତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ସମ୍ମୁଖରେ ଚାରୋଟି ଦାବି ରଖିଥିବା ରିପୋର୍ଟରୁ ଜଣାପଡ଼ିଛି। ସେଥିମଧ୍ୟରୁ ଆଇସିସି ପ୍ରତିନିଧିମଣ୍ଡଳ ଗୋଟିଏ ଦାବିକୁ ଗ୍ରହଣ କରିଛନ୍ତି ଓ ବାକି ତିନୋଟିକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡିଛି।

ଭାରତ ସହିତ ପାକିସ୍ତାନ ଦଳର ଦ୍ୱିପାକ୍ଷିକ ସିରିଜକୁ ଏକ ନିରପେକ୍ଷ ସ୍ଥାନରେ ପୁନଃସ୍ଥାପନ କରିବା ପାଇଁ ପିସିବିର ପ୍ରଥମ ଦାବି ଥିଲା। ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ ୨୦୧୨ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇନାହିଁ।

ଦ୍ୱିତୀୟରେ ପାକିସ୍ତାନର ରାଜସ୍ୱର ଅଂଶକୁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସହିତ ସମାନ କରାଯାଉ ବୋଲି ଆଇସିସି ନିକଟରେ ପାକିସ୍ତାନ ଦାବି କରିଥିଲା। ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ପିସିବି ଅଂଶ ପ୍ରାୟ ୫.୭୫ ପ୍ରତିଶତ ରହିଛି।

ତୃତୀୟ ଦାବିରେ ପାକିସ୍ତାନ କହିଥିଲା ଯେ ବି ପାକିସ୍ତାନ ଦଳ ସହିତ ଯେଉଁ ହାତ ନ ମିଳାଇବା ନୀତି ଆରମ୍ଭ କରିଛି ତାହା ପରିବର୍ତ୍ତନ କରାଯାଉ। ଭାରତୀୟ ଦଳ ୨୦୨୫ ଏସିଆ କପ୍ ସମୟରେ ପାକିସ୍ତାନୀ ଖେଳାଳିଙ୍କ ସହିତ ହାତ ମିଳାଇନଥିଲା ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା। ବର୍ତ୍ତମାନ ଭାରତୀୟ ମହିଳା ଦଳ ମଧ୍ୟ ଏହାକୁ ଅନୁସରଣ କରୁଥିବା ଦେଖିବାକୁ ମିଳିଛି।

ଚତୁର୍ଥ ଦାବିରେ ୨୦୨୬ର ଟି ୨୦ ବିଶ୍ଵକପ ନ ଖେଳିବା ପାଇଁ ବାଂଲାଦେଶକୁ ପୂର୍ଣ୍ଣ କ୍ଷତିପୂରଣ ଦିଆଯାଉ ବୋଲି ଆଇସିସି ପ୍ରତିନିଧିମଣ୍ଡଳୀ ସମ୍ମୁଖରେ ପାକିସ୍ତାନ ଦାବି କରିଥିଲା।

ତେବେ ଆଇସିସି ଏବଂ ବିସିସିଆଇ ପକ୍ଷରୁ ସୁରକ୍ଷା ପ୍ରତିଶ୍ରୁତି ସତ୍ତ୍ୱେ ମଧ୍ୟ ବାଂଲାଦେଶ ଚଳିତ ବର୍ଷ ଟି ୨୦ ବିଶ୍ୱକପ୍ ପାଇଁ ଭାରତ ଯାତ୍ରା କରିବାକୁ ମନା କରିଥିଲା। ଯାହାଫଳରେ ଆଇସିସି ବାଂଲାଦେଶକୁ ଟି ୨୦ ବିଶ୍ୱକପ୍ ରୁ ବାହାର କରି ସ୍କଟଲ୍ୟାଣ୍ଡକୁ ଦଳରେ ସାମିଲ କରିଥିଲା।

Comments are closed.