Latest Odisha News

BREAKING NEWS

ବିଶ୍ୱକପ ଯୋଗ୍ୟତା ପାଇଁ ଆଜିଠୁ ଦିନିକିଆ ସୁପର ଲିଗ୍

ମଞ୍ଚେଷ୍ଟର: ୨୦୨୩ ବିଶ୍ୱକପ୍ ଯୋଗ୍ୟତା ଅର୍ଜନ ପାଇଁ ଆଜିଠୁ ଖେଳାଯିବ ଦିନିକିଆ ସୁପର ଲିଗ୍ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ବିଶ୍ୱ ଚାମ୍ପିଅନ୍ ଇଂଲଣ୍ଡ-ଆୟାର୍ଲାଣ୍ଡ । ସାଉଥମ୍ପଟନରେ ଖେଳାଯିବ ମ୍ୟାଚ୍ । ଏହି ମ୍ୟାଚ ପାଇଁ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇଛି ଇଂଲଣ୍ଡ ।

୨୦୨୩ରେ ଭାରତରେ ଖେଳାଯିବ ଦିନିକିଆ ବିଶ୍ୱକପ କ୍ରିକେଟ । ଆୟୋଜକ ଟିମ୍ ଇଣ୍ଡିଆ ସମେତ ସୁପର ଲିଗରେ ଶୀର୍ଷ ସାତଟି ସ୍ଥାନରେ ଥିବା ଟିମ୍ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ ।

ସୁପର ଲିଗରେ ପ୍ରତି ଟିମ୍ ତିନି ମ୍ୟାଚ ବିଶିଷ୍ଟ ଚାରିଟି ସିରିଜ ସ୍ୱଦେଶରେ ଓ ଚାରିଟି ବିଦେଶରେ ଖେଳିବେ । ବିଜୟ ପାଇଁ ପ୍ରତି ଟିମକୁ ୧୦ ପଏଣ୍ଟ ଲେଖାଏଁ ମିଳିବ । ଡ୍ର କିମ୍ବା ମ୍ୟାଚ୍ ବାତିଲ ହେଲେ ମିଳିବ ଉଭୟ ଟିମକୁ ମିଳିବ ୫ ପଏଣ୍ଟ ଲେଖାଏଁ ।

Leave A Reply

Your email address will not be published.