Latest Odisha News

BREAKING NEWS

ଅନୁଗୁଳ ଝୁଲନ୍ତା ଶବ ମାମଲା, ଆରମ୍ଭ ହେଲା ଛାନଭିନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଡିମିରିକୁଦା ଜଙ୍ଗଲର ଏକ ଗଛରେ ୩ଟି ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ବୁଧବାର ଦିନ ଜଣେ ଗାଈ ଚରାଳି ଗାଈ ଚରାଇ ଫେରୁଥିବା ବେଳେ ୩ ଜଣଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ସେମାନଙ୍କ ମଧ୍ୟରେ ଗୋଟେ ଝିଅ ଆଉ ଦୁଇ ପୁଅ ଅଛନ୍ତି। ଗୋଟିଏ ଗଛରେ ପୁଅ ଆଉ ଝିଅ ଝୁଲୁଥିବା ବେଳେ ଅନ୍ୟ ଏକ ଗଛରେ ଜଣେ ପୁଅ ଝୁଲୁଥିବାର ଦେଖିବାକୁ ମିଳିଛି ।

ଏହାପରେ ସେ ଗାଁ ଲୋକଙ୍କୁ ଏସମ୍ପର୍କରେ କହିଥିଲେ । ମୃତ ଦେହ ଗୁଡିକ ସେହିଭଳି ଝୁଲି ରହିଥିବା ବେଳେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ମୃତକମାନଙ୍କ ମଧ୍ୟରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ ।

ଗୁରୁବାର ସକାଳୁ ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିଛି।ସାଇଣ୍ଟିଫିକ ଟିମ ପହଁଚିବାକୁ ଅପେକ୍ଷା କରାଯାଇଛି।

Leave A Reply

Your email address will not be published.