Latest Odisha News

BREAKING NEWS

ଚଳିତ ବର୍ଷ ହେବନି ଟି-୨୦ ବିଶ୍ୱକପ୍‌, ସ୍ଥଗିତ ରଖିଲା ଆଇଆଇସି

ନୂଆଦିଲ୍ଲୀ: ଚଳିତ ବର୍ଷ ହେବନି ଟି-୨୦ ବିଶ୍ୱକପ୍ । ଅଷ୍ଟ୍ରେଲିଆରେ ହେବାବୁ ଥିବା ଟି-୨୦ ବିଶ୍ୱକପ ସ୍ଥଗିତ ହୋଇଛି । ଏନେଇ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ସୋମବାର ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଚଳିତ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ହୋଇଥାନ୍ତା । ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରାଯାଇଛି ।

ଏହାପୂର୍ବରୁ ମଧ୍ୟ ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଥିଲା । କରୋନା ମହାମାରୀ ଭିତରେ ଚଳିତ ବର୍ଷ ବିନା ଦର୍ଶକରେ ଟି-୨୦ ବିଶ୍ୱକପ ଆୟୋଜନ କରିବାର କୌଣସି ମାନେ ନାହିଁ ବୋଲି ଅଷ୍ଟ୍ରେଲିଆ ଖେଳମନ୍ତ୍ରୀ କହିଥିଲେ । ଆଉ ଏ ବାବଦରେ ଆଜି ବୈଠକରେ ଚଳିତ ବର୍ଷ ଟି-୨୦ ବିଶ୍ୱକପକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ବିଶ୍ୱକପ ଟି-୨୦ ସ୍ଥଗିତ ହେବା ପରେ ଏବେ ଆଇପିଏଲ ପାଇଁ ବାଟ ଫିଟିଛି । ୨୬ ସେପ୍ଟେମ୍ବରରୁ ୮ ନଭେମ୍ବର ମଧ୍ୟରେ ବିସିସିଆଇ ଆଇପିଏଲର ୧୩ ତମ ସଂସ୍କରଣ ଆୟୋଜନ କରିବାକୁ ଚିନ୍ତା କରୁଛି । ଏପରିକି ୟୁଏଇରେ ଚଳିତବର୍ଷ ଆଇପିଏଲ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.