Latest Odisha News

BREAKING NEWS

କରୋନା ଭୟ, କୋଭିଡ ଗାର୍ଡରେ କଭର ହେଲା ଶାହରୁଖଙ୍କ ମନ୍ନତ

ମୁମ୍ବାଇ: ବଲିଉଡରେ ବଚ୍ଚନ ପରିବାରକୁ କରୋନା ପରେ କିଙ୍ଗଖାନ୍ ଶାହରୁଖଙ୍କୁ ଘାରିଛି ଭୂତାଣୁ ଭୟ । ସଂକ୍ରମଣକୁ ନେଇ ହୋଇଛନ୍ତି ସଜାଗ । ନିଜ ବଙ୍ଗଲୋ ମନ୍ନତକୁ ଦେଇଛନ୍ତି କୋଭିଡ ଗାର୍ଡ । ଶାହରୁଖ ନିଜ ଘରକୁ ଚାରିପଡୁ ପୁରା ପ୍ଲାଷ୍ଟିକ ଜରିରେ କଭର କରି ଦେଇଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ମୁମ୍ବାଇରେ ଲଗାତାର ବଢ଼ି ଚାଲିଛି କରୋନା ମାମଲା । ବଲିଉଡ ଠାରୁ ଆରମ୍ଭ କରି ଟେଲି ଜଗତର ଅନେକ ତାରକା କରୋନାର ଶିକାର ହୋଇଛନ୍ତି । ଏଭଳି ପରିସ୍ଥିତିରେ କିଙ୍ଗଖାନ୍ ଆଗୁଆ ସଜାଗ ହୋଇଯାଇଛନ୍ତି । ଶାହାରୁଖଙ୍କ ଏହି ଘରଟି ୫ ମହଲା ବିଶିଷ୍ଟ । ଏଠି ସେ ନିଜ ପତ୍ନୀ ଗୌରୀ ଓ ୩ ପୁଅଝିଅଙ୍କ ସହ ରୁହନ୍ତି । ସୂଚନାଯୋଗ୍ୟ ଯେ, ଶାହରୁଖ ନିଜର ଫ୍ଲାଟକୁ ଛାହି ଦେଲେ ଏହି ୫ ମହଲା ବିଶିଷ୍ଟ ଅନ୍ୟ ସବୁ ଫ୍ଲାଟ୍‌କୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବିଏମ୍‌ସିକୁ ଦେଇଛନ୍ତି ।

Leave A Reply

Your email address will not be published.