Latest Odisha News

BREAKING NEWS

ଡ୍ରାମା ଶେଷ! ନଇଁଲା ପାକିସ୍ତାନ; ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ଓହ୍ଲାଇବ ଦଳ

ମୁମ୍ବାଇ: କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ାଇ ଦେଇଛି ଏକ ବଡ଼ ଖବର! ପାକିସ୍ତାନ ଶେଷରେ ଭାରତ ବିପକ୍ଷରେ ଖେଳିବାକୁ ରାଜି ହୋଇଛି। ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ରେ ଏହି ମହାମୁକାବିଲା ଫେବୃଆରୀ ୧୫ରେ କୋଲମ୍ବୋରେ ହେବ। ପାକିସ୍ତାନ ସରକାରଙ୍କ ନିର୍ଦ୍ଦେଶ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପୂର୍ବରୁ ଘୋଷଣା କରିଥିବା ବୟକଟ୍ ନିଷ୍ପତ୍ତିରୁ ପଛକୁ ହଟିଛି।

ପାକିସ୍ତାନ ପ୍ରଥମେ ବାଙ୍ଗଲାଦେଶକୁ ସମର୍ଥନ ଜଣାଇ ଭାରତ ମ୍ୟାଚ୍ ବୟକଟ୍ କରିବାକୁ ଘୋଷଣା କରିଥିଲା, କାରଣ ଆଇସିସି ବାଙ୍ଗଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ବାହାର କରି ସ୍କଟଲ୍ୟାଣ୍ଡକୁ ସ୍ଥାନ ଦେଇଥିଲା। ଏହାପରେ ଲାହୋରରେ ଆଇସିସି, ପିସିବି ଓ ବିସିବି ମଧ୍ୟରେ ତ୍ରିପାକ୍ଷିକ ବୈଠକ ହୋଇଥିଲା। ପାକିସ୍ତାନ ବିଭିନ୍ନ ଦାବି କରିଥିଲା; ଭାରତ ସହ ଦ୍ୱିପାକ୍ଷିକ ସିରିଜ୍, ବାଙ୍ଗଲାଦେଶକୁ ନେଇ ଟ୍ରାଇ ସିରିଜ ଓ ଅଧିକ ଆୟ ଭାଗ, କିନ୍ତୁ ଆଇସିସି ସବୁ ପ୍ରତ୍ୟାଖ୍ୟାନ କରିଛି।

ଏହାପରେ ଅନେକ ଘଣ୍ଟାର ଆଲୋଚନା ପରେ ପାକିସ୍ତାନ ବାଟକୁ ଆସିଛି । ଆଉ କୌଣସି ଡ୍ରାମା ନକରି ଶେଷରେ ଯେଉଁ ସରକାର ଖେଳିବନି ବୋଲି ଘୋଷଣା କରିଥିଲା ସେହି ସରକାର ନିର୍ଲୋଜ ଭଳି ଭାରତ ବିରୋଧରେ ଖେଳିବ ବୋଲି ନିର୍ଦ୍ଦେଶ ଦେଇଛି । ଫେବୃଆରୀ ୧୫ରେ ମ୍ୟାଚ ଖେଳିବେ ଦୁଇ ଦେଶ। ଏହା ଟୁର୍ଣ୍ଣାମେଣ୍ଟର ମର୍ଯ୍ୟାଦା ଓ ଆର୍ଥିକ ଲାଭ ରକ୍ଷା କରିଛି। କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏହି ମ୍ୟାଚ୍ ଏକ ରୋମାଞ୍ଚକର ଲଢ଼େଇ ହେବ, ଯେଉଁଠାରେ ପୁରୁଣା ପ୍ରତିଦ୍ୱନ୍ଦ୍ୱିତା ପୁଣି ମୈଦାନରେ ପରସ୍ପର ବିରୋଧରେ ଖେଳିବେ।

Leave A Reply

Your email address will not be published.