Latest Odisha News

BREAKING NEWS

ଆଇସିସି ମହିଳା ବିଶ୍ୱକପ,ପୁରୁଷ ୧୯ ବର୍ଷରୁ କମ୍ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାକୁ ସ୍ଥଗିତ

ଦୁବାଇ: ଆଇସିସି ମହିଳା ବିଶ୍ୱକପ ଓ ପୁରୁଷ ୧୯ ବର୍ଷରୁ କମ୍ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାକୁ ସ୍ଥଗିତ ରଖାଯାଇଛି  । କୋଭିଡ-୧୯ ମହାମାରୀ ପାଇଁ  ୨୦୨୧ ମହିଳା ବିଶ୍ୱକପ୍ ଓ ୨୦୨୨ ପୁରୁଷ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ର ଯୋଗ୍ୟାତା ପର୍ଯ୍ୟାୟ ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି । ଆସନ୍ତା ଜୁଲାଇରେ ଏହି ଦୁଇଟି ଟୁର୍ନାମେଣ୍ଟ ଆୟୋଜନ ହେବାର ଥିଲା।

ଶ୍ରୀଲଙ୍କାରେ ଜୁଲାଇ ୩-୧୯ରେ ବିଶ୍ୱକପ୍ ମହିଳା ଯୋଗ୍ୟତା ପର୍ଯ୍ୟାୟ ,୨୦୨୨ ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ୍ ଜୁଲାଇ ୨୪ରୁ ୩୦ ତାରିଖ ମଧ୍ୟରେ ଡେନ୍‌ମାର୍କରେ ୟୁରୋପିଆନ ରିଜିଓନାଲ କ୍ୱାଲିଫାୟର ଆୟୋଜନ ହେବାରଥିଲା । ତେବେ ଏହି ଇଭେଣ୍ଟ ପୁଣି କେବେ ଆୟୋଜନ ହେବ ସେ ନେଇ ଆଇସିସି ସବୁ ଅଂଶଗ୍ରହଣକାରୀ ଦଳଗୁଡିକୁ ପରେ ଅବଗତ କରାଇବ । କୋଭିଡ ୧୯ ମହାମାରୀ ଜନିତ ଟ୍ରାଭେଲ ରେଷ୍ଟ୍ରିକ୍‌ଶନ, ବିଶ୍ୱ ସ୍ବାସ୍ଥ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ଏହି ଦୁଇ ଇଭେଣ୍ଟକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛୁ ବୋଲି ଆଇସିସି ହେଡ୍ ଅଫ୍ ଇଭେଣ୍ଟ୍ସ କ୍ରିସ୍ ଟେଟଲି କହିଛନ୍ତି।

Leave A Reply

Your email address will not be published.